ଖେଳପଡ଼ିଆ ଉନ୍ନତିକରଣ ନାଁରେ ସରକାରୀ ଅର୍ଥକୁ ହଡ଼ପ

ଯାଜପୁର : ଯାଜପୁର ଜିଲା ବିଝାଂରପୁର ବ୍ଳକ ବାଙ୍ଗରା ଗ୍ରାମରେ ଦୁଇଟି ଖେଳପଡ଼ିଆର ଉନ୍ନତିକରଣ ନାଁରେ ସରକାରୀ ଅର୍ଥକୁ ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଙ୍ଗରା ୱାର୍ଡ଼ର ଖେଳପଡ଼ିଆ ତାହାର ଉନ୍ନତିକରଣ ପାଇଁ ୩ ଲକ୍ଷ ୭ହଜାର ୮୮ ଟଙ୍କା, ସେହିପରି ବାଙ୍ଗରା ଉପ୍ରା ବିଦ୍ୟାଳୟ ଖେଳପଡ଼ିଆ ନାମରେ ୧ ଲକ୍ଷ ୪୧ ହଜାର ୮୯୪ ଟଙ୍କାକୁ କୈାଣସି କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ କରି ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଉଭୟ କାର୍ଯ୍ୟରେ ପଚାଂୟତର ଜନପ୍ରତିନିଧି, ଜିଆରଏସ ଓ ପିଇଓ ସଂପୃକ୍ତ ଅଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ଏକ ଲିଖିତ ଅଭିଯୋଗ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । 

LEAVE A REPLY

Please enter your comment!
Please enter your name here