34.1 C
Bhubaneswar
Thursday, April 25, 2024
Homeଅପରାଧବଧୂ ହତ୍ୟା ଅଭିଯୋଗ

ବଧୂ ହତ୍ୟା ଅଭିଯୋଗ

ଯାଜପୁର : ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୂ ହତ୍ୟା ଅଭିଯୋଗ । ଗାଁର ମନୋରଂଜନ ସ୍ୱାଇଁ ଙ୍କ ପତ୍ନି ଲକ୍ଷ୍ମୀପ୍ରିୟାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ । ଅଭିଯୋଗ ମୁତାବକ ଜେନାପୁର ଥାନା ସୋରେଇ ଗାଁର ଲକ୍ଷ୍ମୀପ୍ରିୟା ୨୦୧୩ ମସିହାରେ ମନୋରଂଜନଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଲକ୍ଷ୍ମିପ୍ରିୟା ଙ୍କ ବାପା ସରକାରୀ ଚାକିରିରୁ ଅବସର ନେବା ପରେ ତାଙ୍କ ଠାରୁ ଟଙ୍କା ଆଣିବା ପାଇଁ ଶାଶୁ ଘର ଲୋକେ ଅନେକ ସମୟରେ ଚାପ ପ୍ରୟୋଗ କରୁଥିଲେ । ଗତକାଲି ହଠାତ୍ ଶାଶୁ ଘର ପକ୍ଷରୁ ଲକ୍ଷ୍ମିପ୍ରିୟା ଦେହ ଅସସ୍ଥ ଥିବା ଖବର ଦେଇଥିଲେ । ବାପ ଘର ଲୋକେ ଯାଜପୁର ଡାକ୍ତରଖାନାରେ ପହଂଚିବା ବେଳକୁ ତାର ମୃତ ଦେହକୁ ଦେଖିିଥିଲେ । ଯୌତୁକ ପାଇଁ ଲକ୍ଷ୍ମିପ୍ରିୟାକୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/03/20/sukinda-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking