27.1 C
Bhubaneswar
Friday, March 29, 2024
Homeଅପରାଧନବବଧୂଙ୍କୁ ହତ୍ୟା ଅଭିଯୋଗ : ଶାଶୂ, ଶ୍ୱଶୁର ଓ ଦିଅର ଗିରଫ

ନବବଧୂଙ୍କୁ ହତ୍ୟା ଅଭିଯୋଗ : ଶାଶୂ, ଶ୍ୱଶୁର ଓ ଦିଅର ଗିରଫ

କୋରେଇ : କୋରେଇ ଥାନା ଅନ୍ତର୍ଗତ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଏକ ନବବଧୂଙ୍କୁ ମାରିବା ଅଭିଯୋଗରେ ଶାଶୂ, ଶ୍ୱଶୁର ଓ ଦିଅରଙ୍କୁ ପୁଲିସ ଗିରଫ କରିଛି । ଏହି ଗ୍ରାମର ଦୁଃଶାସନ ସ୍ୱାଇଁଙ୍କ ବଡ଼ପୁଅ ଅନୀଲ ଗତବର୍ଷ ଏପ୍ରିଲରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମର ଉଦ୍ଧବ ବିଶ୍ୱାଳଙ୍କ ଝିଅ ପ୍ରତିମା (୨୩)ଙ୍କୁ ବିବାହ କରିଥିଲେ ।

ବିବାହ ବେଳେ ଶାଶୂଘର ଲୋକଙ୍କ ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ପ୍ରତିମାଙ୍କ ସ୍ୱାମୀ ଅନୀଲ ବାହାରେ କୌଣସି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି । ମଙ୍ଗଳବାର ସକାଳେ ବୋହୂର ଉଠିବାରେ ବିଳମ୍ବ ହେବାରୁ ଶ୍ୱଶୁର ଦୁଃଶାସନ କବାଟ ବାଡେଇ ଡାକିଥିଲେ ମଧ୍ୟ କୌଣସି ଉତ୍ତର ପାଇ ନଥିଲେ । ସନ୍ଦେହ ହେବାରୁ ଝରକା ବାଟେ ଚାହିଁବାରୁ ବୋହୂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।

ପ୍ରତିମାଙ୍କ ଘର ଲୋକେ ଆସି ପହଞ୍ଚିଥିଲେ । ଝିଅକୁ ପୂର୍ବରୁ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଶେଷରେ ତାକୁ ମାରି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ପ୍ରତିମାଙ୍କ ମା’ ମଞ୍ଜୁଲତା ବିଶ୍ୱାଳ ଶାଶୁ ଗୋଲାପ ସ୍ୱାଇଁ, ଶ୍ୱଶୁର ଦୁଃଶାସନ ସ୍ୱାଇଁ, ସ୍ୱାମୀ ଅନୀଲ ସ୍ୱାଇଁ ଓ ଦିଅର ସୁନୀଲ ସ୍ୱାଇଁଙ୍କ ବିରୋଧରେ କୋରେଇ ଥାନା ରେ ଅଭିଯୋଗ କରିଥିଲେ ।

ଥାନାଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ପୁଲିସ କଡ଼ମାରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଡାକ୍ତରଖାନାକୁ ପଠାଇ ଘଟଣା ତଦନ୍ତ କରିଥିଲା । ପରେ ଶାଶୂ ଗୋଲାପ, ଶ୍ୱଶୁର ଦୁଃଶାସନ ଓ ସ୍ୱାମୀ ଅନୀଲ ଓ ଦିଅର ସୁନୀଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତିନି ଜଣଙ୍କୁ ଙ୍କୁ ଗିରଫ କରିଛି । ସ୍ୱାମୀ ଅନୀଲ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking