୧ରୁ ଗଞ୍ଜାମରେ ରହିବ ସବୁ ଟ୍ରେନ୍

ଭୁବନେଶ୍ୱର : ଆସନ୍ତା ୧ରୁ ଗଞ୍ଜାମ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଷ୍ଟେସନରେ ସବୁ ଟ୍ରେନ୍ ରହିବ । ଏନେଇ ପୂର୍ବତଟ ରେଳପଥ ଯାତ୍ରୀ ପରିବହନ ମୁଖ୍ୟ ପରିଚାଳକ ସୂଚନା ଦେଇଛନ୍ତି । ଜୁଲାଇ ୯ରୁ ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର ଆଦି ଷ୍ଟେସନରେ ଟ୍ରେନ୍ ରହୁନାହିଁ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ସମୁ ଷ୍ଟେସନରେ ଟ୍ରେନ୍ ରହୁନାହିଁ ।
ସୂଚନା ଯୋଗ୍ୟ , ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ନୂଆ ୪୩୫୬ ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୨୯ଟି କେସ୍ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଅନ୍ୟ ୧୮୧୭ଟି କେସ୍ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛି । ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨କୁ ବୃଦ୍ଧି ପାଇଛି । ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ ରୁ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here