34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଅଲ୍ ପାସ୍

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଅଲ୍ ପାସ୍

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁ ବନ୍ଦ ରହିଥିବା ବେଳେ ପିଲାମାନଙ୍କ ଭବିଷ୍ୟତ ଉପରେ ବି ସରକାର ଦୃଷ୍ଟି ରଖିଛନ୍ତି । ସେଥିପାଇଁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ଅଷ୍ଟମ ଓ ପଞ୍ଚମ ଶ୍ରେଣୀ ରେ ପାସ୍ ଫେଲ ବ୍ୟବସ୍ଥା କରାଯାଇଥିବା ବେଳେ କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ବିଗତ ବର୍ଷ ଭଳି ସଂପୂର୍ଣ୍ଣ ପାସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ନବମ ଶ୍ରେଣୀ ପିଲାଙ୍କ ସବୁ ପରୀକ୍ଷା ସରିଛି କେବଳ ଗୋଟିଏ ପରୀକ୍ଷା ବାକି ଅଛି ।
୬୨ ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଖାତା ସୁରକ୍ଷିତ ଅଛି । କରୋନା ଭୟବହତା କମିବା ପରେ ଖାତା ଦେଖା ନେଇ ନିଷ୍ପତି ନିଆଯିବ । ଖାତା ସିଲ ହେଇ ପୋଲିସ ହେପାଜତରେ ରହିଛି ।
ସେହିପରି ଯୁକ୍ତ ୨ ରେ ସରିଥିବା ପରୀକ୍ଷା ଖାତା ସବୁ ସୁରକ୍ଷିତ ଅଛି । ବାକି ଥିବା ପରୀକ୍ଷା କେବେ ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗର ଅନୁମତି ମିଳିବା ପରେ ବିଭାଗ ନିଷ୍ପତ୍ତି ନେବ ନୂତନ ତାରିଖ ବିଷୟରେ । ପରୀକ୍ଷା ଖାତା ସୁରକ୍ଷିତ ରହିବା ସହ ଯେପରି ସେଥିରେ ଉଇ ନଲାଗେ ସେଥି ନେଇ ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ ଖାତା ସୁରକ୍ଷିତ ଥିବା ନେଇ ବୋର୍ଡ଼ ସମ୍ପାଦକ ଓ ସଭାପତି ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।
ଏହାସହ କରୋନା ମୁକାବିଲା ପାଇଁ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଗୁଡିକରେ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking