28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା କାଳରେ ପାଖା ପାଖି ଦେଢ ବର୍ଷରୁ ଅଧିକ ହେବ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ଦେଶରେ କରୋନାର ଦୈନିକ ସଂକ୍ରମଣ କମୁଥିବା ଦେଖି ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଗଷ୍ଟ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।

ପଞ୍ଜାବ ସରକାର ଅଗଷ୍ଟ ୨ ତାରିଖରୁ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା କୁ ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବା ଉପରେ ପଞ୍ଜାବ ସରକାର ଗୁରୁତ୍ୱ ଦେଇଛନ୍ତି । ବିଦ୍ୟାଳୟ ଗୁଡିକୁ ସାନିଟାଇଜ କରିବା, ଛାତ୍ର ଛାତ୍ରୀ ଓ ଶିକ୍ଷାକର୍ମୀ ମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking