28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦୁଇ ଦିନ ରାଜ୍ୟରେ ସବୁ ସ୍କୁଲ ବନ୍ଦ

ଦୁଇ ଦିନ ରାଜ୍ୟରେ ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର : କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ କାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ । ଏହା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଛଡା ସରସ୍ୱତୀ ପୂଜାରେ ମଧ୍ୟ ସ୍କୁଲ ଗୁଡିକ ବନ୍ଦ ରହିବ ।

ତେବେ ଆସନ୍ତା କାଲି କଂଗ୍ରସ ପକ୍ଷରୁ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ୯ମ ରୁ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଗୁଡିକରେ ପାଠପଢା କାର୍ଯ୍ୟକ୍ରମ ଚାଲୁଅଛି । ତେବେ ଆସନ୍ତାକାଲି ବିଦ୍ୟାଳୟକୁ ନଆସିବା ପାଇଁ ଏହି ନିଷ୍ପତି ନିଆଯାଇଛି ।

ଏହାସହ ସରସ୍ୱତୀ ପୂଜାରେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି । କାରଣ ପୁର୍ବରୁ ଆସିଥିବା ଏସଓପି ଅନୁସାରେ, ପର୍ବ ଗୁଡିକରେ ବିଦ୍ୟାଳୟକୁ ଛୁଟି ଘୋଷଣା କରିବା ପାଇଁ କୁହାଯାଇଥିଲା ତେଣୁ ପର୍ବ ଗୁଡିକୁ ପାଳନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବେ ନାହିଁ ।
ସେଥିପାଇଁ ଆସନ୍ତାକାଲି ଓ ମଙ୍ଗଳବାର ମଧ୍ୟ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking