40.1 C
Bhubaneswar
Thursday, April 25, 2024
Homeଓଡିଶାପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଆସନ୍ତା ପୂଜା ଛୁଟି ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । କରୋନା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସଂକ୍ରମଣ ମଧ୍ୟ ବଢୁଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଖାଲି ଏତିକି ନୁହେଁ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମହାମାରୀ କରୋନା ଡିଆଁ ମାରୁଛି । ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୯ଟି କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୧୯୧ଟି ସ୍ଥାନୀୟ ସଂକ୍ରମଣ ରହିଛି । ଲୋକାଲ କେସ ମଧ୍ୟରେ ଆଚାର୍ଯ୍ୟ ବିହାରରୁ ଗୋଟିଏ କେସ, ଆଇଗିଣିଆ ରଶ୍ମି ବିହାରରୁ ଗୋଟିଏ କେସ, ବଡଗଡରୁ ୩ଟି କେସ, ବଡଗଡ କେନାଲ ରୋଡ ରୁ ଗୋଟିଏ କେସ, ୨ ଜଣ ବ୍ୟାଙ୍କ କର୍ମଚାରୀ, ବାପୁଜୀ ନଗର ଶିଶୁ ଭବନ ଛକ ନିକଟରୁ ଗୋଟିଏ କେସ, ବରମୁଣ୍ଡାରୁ ଗୋଟିଏ, ଭରତପୁରରୁ ଗୋଟିଏ, ଭୀମଟାଙ୍ଗୀରୁ ୨, ବମିଖାଲରୁ ୫ଟି, ଚନ୍ଦ୍ରଶେଖରପୁରରୁ ୨ଟି, ସିଆରପିଏଫ କ୍ୟାମ୍ପସରୁ ୨ଟି, ଚନ୍ଦ୍ରଶେଖରପୁର ୭ମ ବାଟାଲିୟନରୁ ୨ଟି, ଭିଏସଏସ ନଗର ତ୍ରିନାଥ ବସ୍ତିରୁ ଗୋଟିଏ, ସିଏସପୁର ଏଚବି କଲୋନୀରୁ ଗୋଟିଏ, କଟକ ରୋଡ ରୁ ୨ଟି, ଡମଣାରୁ ଗୋଟିଏ, ଡମଣା ଛକ ନିକଟରୁ ଗୋଟିଏ, ଡୁମୁଡୁମାରୁ ୪ଟି, ଡୁମୁଡୁମା ଫେଜ ୨ରୁ ୨ଟି, ଡୁମୁଡୁମା ସୁବାଷ ନଗର ବସ୍ତିରୁ ଗୋଟିଏ, ଗାଡକଣରୁ ୩ଟି, ଗଜପତି ନଗରରୁ ଗୋଟିଏ, ୟୁନିଟ ୧ରୁ ଗୋଟିଏ, ୟୁନିଟ-୩ରୁ ୪ଟି, ୟୁନିଟ-୬ରୁ ୨ଟି, ସିଏସପୁର ବିଡିଏ କଲୋନୀରୁ ୬ଟି, ଘାଟିକିଆରୁ ୨ଟି, ଗୋପବନ୍ଦୁ ନଗରରୁଗୋଟିଏ, ୟୁନିଟ ୬ରୁ ଗୋଟିଏ, ଯଦୁପୁର ବେଗୁନିଆରୁ ୨ଟି, ଜାଗମରାରୁ ୨ଟି, ଆଗମୋହନ ନଗରରୁ ୨ଟି, ଜୟଦେବ ବିହାରରୁ ୧ଟି, ଜୟଦେବ ବିହାରରୁ ୨, ଝାରପଡାରୁ ୭ଟି, କଳାରାହାଙ୍ଗରୁ ୨ଟି, କଳିଙ୍ଗ ବିହାରରୁ ୨, କଳିଙ୍ଗ ନଗରରୁ ୧, କଳ୍ପନା ଛକରୁ ୧, ଖଣ୍ଡଗିରିରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୬୧ରେ ପହଂଚିଥିବା ବେଳେ ୪୯୧୧ ଜଣ ସୁସ୍ଥ ହୋଇଛନ୍ତି । ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩୦୬ଟି ଆକ୍ଟିଭ କେସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking