40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକସ୍ଥଳ

ମୁମ୍ବାଇ : ମହାରାଷ୍ଟ୍ରର ସମସ୍ତ ଧାର୍ମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି। ତେବେ ମନ୍ଦିରଗୁଡିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ନିୟମ ଅନୁସରଣ ପୂର୍ବକ ଶ୍ରଦ୍ଧାଳୁମାନେ ଧାର୍ମିକସ୍ଥଳ ଗୁଡିକରେ ଦର୍ଶନ କରୁଛନ୍ତି। କରୋନା ମହାମାରୀ ପାଇଁ ଦୀର୍ଘ ୬ ମାସରୁ ଅଧିକ ସମୟ ଧାର୍ମିକସ୍ଥଳଗୁଡିକ ବନ୍ଦ ରହିଥିଲା। ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍‍ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି। ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେଉଛି। ମାସ୍କ୍‍ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଘଣ୍ଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ସେହିପରି ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ବୟସର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking