40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୭ରୁ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

୨୭ରୁ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର:କରୋନା ମହାମାରୀ ସମଗ୍ର ରାଜ୍ୟରେ ତା କାୟା ବିସ୍ତାର କରିଚାଲିଛି । ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏହାରି ମଧ୍ୟରେ ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ । ଆସନ୍ତା ୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ ହେବ । ସକାଳ ସାଢେ ୭ଟାରୁ ୯ଟା ଯାଏଁ ଟେଷ୍ଟ ହେବ । ଅକ୍ଟୋବର ୪ରେ ପୁଣି ସେମାନେ କୋଭିଡ ଟେଷ୍ଟ କରାଇପାରିବେ । ଅଧିବେଶନ ବେଳେ ଅସୁସ୍ଥ ଅନୁଭବ କଲେ ଆଣ୍ଟିଜେନ ଟେଷ୍ଟ କରିପାରିବେ ବିଧାୟକ ।
ତେବେ ପୂର୍ବରୁ ବାଚସ୍ପତି କହିଥିଲେ ଯେ , ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜିତ କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଯେଉଁ ବିଧାୟକମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ବିଧାନସଭା ଯିବେ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ ଟେଷ୍ଟ ।ଏହା ସହ ବିଧାନସଭାରେ ସାମାଜିକ ଦୂରତା ଓ ମାସ୍କ ମାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି ।

ବିଧାନସଭାରେ ସ୍ୱତନ୍ତ୍ର କାଉଣ୍ଟର ହୋଇ ଆରଟି ପିସିଆର ଟେଷ୍ଟ କରାଯିବ । ବିଧାନସଭା ଅଧିବେସନର ୫ ଦିନ ପରେ ପୁଣି ଥରେ ବିଧାୟକଙ୍କର ରାପିଡ଼ ଟେଷ୍ଟ କରାଯିବ ।ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ ।ଏନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।୬୦ ବର୍ଷରୁ ଉର୍ଦ୍ଧ୍ୱ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆସନର ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking