ଭୁବନେଶ୍ବର : ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ମେଡିକାଲ କଲେଜ । ଦୀର୍ଘ ୮ ମାସ ପରେ କୋଭିଡ୍ ଗାଇଡ୍ ଲାଇନ୍ ସହ କଲେଜ ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଅନଲକ୍ -୭ ଗାଇଡ୍ଲାଇନ୍ରେ ଅନୁମତି ଦିଆଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି। ହଷ୍ଟେଲକୁ ଆସିବା ପରେ ଛାତ୍ରଛାତ୍ରୀମାନଙ୍କୁ ୭ଦିନ ପର୍ଯ୍ୟନ୍ତ ହଷ୍ଟେଲରେ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଇବାକୁ କୁହାଯାଇଛି। ଯାହାର ପଜିଟିଭ୍ ଆସିବ ସେମାନଙ୍କୁ ଆଇସୋଲେସନର ୱାର୍ଡକୁ ସ୍ଥାନାନ୍ତର କରାଯିବ। ସେହିପରି ଥିଓରି ଓ ପ୍ରାକ୍ଟିକାଲ୍ କ୍ଲାସରେ ଗୋଟିଏ ହଲ୍ରେ ୨୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସ କରାଯିବ। ମେଡିକାଲ କଲେଜ ବନ୍ଦ ହେବାରୁ ୟୁଜି MBBS ଛାତ୍ରଛାତ୍ରୀ ସେମାନଙ୍କ କ୍ଲିନିକାଲ୍ ଟ୍ରେନିଂରୁ ବଞ୍ଚିତ ହୋଇଛନ୍ତି।