26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବଲାଙ୍ଗିରରେ ନିର୍ମାଣ ହେବ ୪ କୋଟିର ଅଡିଟରିୟମ ;କାମ ଆରମ୍ଭ ପାଇଁ ୧ କୋଟି ମଞ୍ଜୁର...

ବଲାଙ୍ଗିରରେ ନିର୍ମାଣ ହେବ ୪ କୋଟିର ଅଡିଟରିୟମ ;କାମ ଆରମ୍ଭ ପାଇଁ ୧ କୋଟି ମଞ୍ଜୁର , ସହରରେ ସମସ୍ତ ପ୍ରକାର ଭିତ୍ତିଭୂମିର ବିକାଶ କରାଯିବ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରୂପରେଖ ପରିବର୍ତ୍ତନ ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଚାଲିଛି । କିଛି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି । ବର୍ତ୍ତମାନ ପୁଣି ଏକ ଅଡିଟରିୟମ ପାଇଁ ମଞ୍ଜୁରି ମିଳିସାରିଛି । ଗତ ମାର୍ଚ୍ଚ ମାସରେ ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ୪ କୋଟି ଟଙ୍କାର ଏକ ଅଡିଟରିୟମ ନିର୍ମାଣ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସବିଶେଷ ପ୍ରକଳ୍ପ ରିପୋର୍ଟ ସହ ଏହାର ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅନୁରୋଧ କରିଥିଲେ । ଯାହାକି ଗତ ତା.୦୨.୧୨.୨୦୨୦ ତାରିଖରେ ମଞ୍ଜୁରି ମିଳିଯାଇଛି । ପ୍ରଥମ ପର୍ଯ୍ୟାୟରେ କାମ ଆରମ୍ଭ ପାଇଁ ୧ କୋଟି ଟଙ୍କାର ଅର୍ଥ ବରାତ ହୋଇ ସାରିଥିବା ଜଣାଯାଇଛି । ଏ ସମ୍ବନ୍ଧୀୟ ଏକ ପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ପଠାସାରିଛି । ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ ମୁତାବକ ସହରର ମଧ୍ୟ ଭାଗରେ ଥିବା ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ନିର୍ମାଣ ହେବାକୁ ଥିବା ଏହି ଅଡିଟରିୟମରେ ୫୦୦ ରୁ ୭୦୦ ଲୋକଙ୍କ ପାଇଁ ଚୈ÷ାକି ବ୍ୟବସ୍ଥା ସହ ନାଟକ, ସଭାସମିତି ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାରମ୍ଭିକ ଆକଳନ ଅନୁସାରେ ୪ କୋଟି ଟଙ୍କା ରଖା ଯାଇଥିବା ବେଳେ ଦରକାର ପଡିଲେ ଏଥିପାଇଁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଏବଂ ଏହି ଅତ୍ୟାଧୁନିକ ଅଡିଟରିୟମ ପାଇଁ ଯେମିତି ଆଗକୁ ଆଉ ୬ କୋଟି ଟଙ୍କା ମିଳିପାରିବ, ସେ ସଂପର୍କରେ ଉନ୍ନୟନ କମିଶନରଙ୍କ ସହ ଆଲୋଚନା ଚାଲିଛି ଏବଂ ଏଥିରେ ମଧ୍ୟ ସଫଳତା ମିିଳିବ ବୋଲି କହିବା ସହ ବଲାଙ୍ଗିର ସହର ମଧ୍ୟରେ ସମସ୍ତ ପ୍ରକାର ଭିତ୍ତିଭୂମି ବିକାଶ ଆଗାମୀ ୩ ବର୍ଷ ମଧ୍ୟରେ ନିଶ୍ଚୟ ସମ୍ପୁର୍ଣ୍ଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । କାମ ଶୀଘ୍ର ଆରମ୍ଭ କରିବା ପାଇଁ ଦରକାର ହେଉଥିବା ଅନୁମୋଦନ ଯଥା ଏଲ୍‌ଏଣ୍ଡଏସ୍‌ କ୍ଲବ ଜମିର ସବିଶେଷ ତଥ୍ୟ, ଜମି ଜବରଦଖଲ ନ ଥିବାର ପ୍ରମାଣପତ୍ର, ରକ୍ଷଣାବେକ୍ଷଣ କରିବାକୁ ଥିବା ସଂସ୍ଥା ଇତ୍ୟାଦିର ସବିଶେଷ ତଥ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ ମଗା ଯାଇସାରିଛି । ବହୁତ ଶୀଘ୍ର ବଲାଙ୍ଗିର ସହର କଳା ସଂସ୍କୃତି, ଶିକ୍ଷା, ସାମାଜିକ କାର୍ଯ୍ୟକ୍ରମ, ସଭାସମିତି ପାଇଁ ଏହି ଅଡିଟରିୟମର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking