୨୬ରୁ ସର୍ବଭାରତୀୟ ଓପନ୍ କରାଟେ ଚାମ୍ପିଅନ୍‌ଶିପ୍

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ରେ ଆସନନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୧ଶ ସର୍ବଭାରତୀୟ ଓପନ୍ କରାଟେ ଚାମ୍ପିଅନ୍ ଅନୁଷ୍ଠିତ ହେବ । କୋଭିଡ୍ କଟକଣାକୁ ଦୃଷ୍ଟିରେ ଚାମ୍ପିଅନ୍‌ଶିପ୍ ପାଇଁ ସ୍ୱଳ୍ପ ସଂଖ୍ୟକ ପ୍ରତିଯୋଗୀଙ୍କୁ ଅନୁମତି ପ୍ରଦାନ କରାଯାଇଛି ବୋଲି ଉତ୍କଳ କରାଟେ ସ୍କୁଲ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍କଳ କରାଟେ ସ୍କୁଲ୍ ପକ୍ଷରୁ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଗଡ଼ର ପ୍ରାୟ ୫୦୦ ପ୍ରତିଯୋଗୀ ଭାଗନେବେ । ପ୍ରତ୍ୟେକ ଦିନ ୨୦୦ରୁ କମ୍ ପ୍ରତିଯୋଗୀକୁ ନେଇ ୫୦ଟି ଓଜନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ଚାମ୍ପିଅନ୍‌ଶିପ୍ ଆୟୋଜିତ ହୋଇନଥିବା ବେଳେ ଚଳିତ ବର୍ଷ ବିନା ଦର୍ଶକ ଓ ଅଭିଭାବକରେ ପ୍ରତିଯୋଗିତା ହେବ ବୋଲି ପ୍ରେସ୍ ବିବୃତିରେ କୁହାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ, ଡ. ଗୌରୀ ମହାନ୍ତି, ଖାରବେଳ ମଲ୍ଲିକ, ସନ୍ଦୀପ ମହାନ୍ତି, ହିମାଂଶୁ ଶେଖର ଦାସ, ମୀର ଅଜ୍‌ମତ ଅଲୀ, ଅନୁପମା ସ୍ୱାଇଁ, ଅନିବାଶ ପୁନ୍ଦିର, ଦିଲୀପ କୁମାର ଜେନା ଓ ଇଂ. ଚିତ୍ତରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here