ଭୁବନେଶ୍ୱର ରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଏମ ଏସ ପି ଅଧିକାର ଦିବସ ପାଳନ

ଭୁବନେଶ୍ୱର ଅଲ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେସନ କମିଟି ଆହ୍ୱାନ ଅନୁଯାୟୀ ଆଜି ” ଦେଶବ୍ୟାପୀ ଏମ ଏସ ପି ଅଧିକାର ଦିବସ” ସଂଗଠିତ କରିବା ଅବସରରେ ଭୁବନେଶ୍ୱର ରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l
ଏମ ଏସ ସ୍ୱମୀନାଥନ ଜାତୀୟ କୃଷକ କମିଶନ -2006 ର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ(ମୋଟ ଉତ୍ପାଦନ ଖର୍ଚ୍ଚ +50%) MSP ପ୍ରଦାନ କରିବା ପାଇଁ ଦାବୀ
ଜୋର ଧରିଛି l କେନ୍ଦ୍ର ସରକାର ଏଥିପାଇଁ ଏକ ଆଇନ ପ୍ରଣୟନ ନିମନ୍ତେ ଏ ଆଇ କେ ଏସ ସି ସି
ଦାବୀ କରିଛି I କେରଳ ରାଜ୍ୟରେ ରାଜ୍ୟ ସରକାର ବୋନସ ଦେଇ ଧାନ କୁଇଣ୍ଟାଲ ପ୍ରତି 2748/ଟଙ୍କା ରେ କିଣୁଥିବା ଏବଂ ପନି-ପରିବା କୁ ଏମ ଏସ ପି ପରିସରଭୁକ୍ତ କରିଥିବା ବେଳେ ଓଡିଶା କାହିଁକି ହେବ ନାହିଁ ବୋଲି ଏ ଆଇ କେ ଏସ ସି ସି-ଓଡିଶା ଶାଖା ଯୁକ୍ତି ଉପସ୍ଥାପନ କରିଛି l
ଏହି ପ୍ରସଙ୍ଗ ରେ ଆଗାମୀ ଦିନ ରେ ପ୍ରଚାର ଅଭିଯାନ କୁ ତୀବ୍ରତର କରିବା ସହିତ 26-27 ନଭେମ୍ବର ରେ ଦିଲ୍ଲୀ ରେ ଲକ୍ଷ ଲକ୍ଷ କୃଷକ ସମବେତ ହେବେ ଏବଂ ସାରା ଦେଶରେ କୃଷକ-ମଜଦୁର ମାନେ ଧର୍ମଘଟ କରିବେ l
ଆଜିକାର ଏହି ଆନ୍ଦୋଳନ ରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭା ରାଜ୍ୟ ଉପଦେଷ୍ଠା ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସମ୍ପାଦକ ଅନିରୁଦ୍ଧ ମଲ୍ଲିକ, ଅଖିଳ ଭାରତ କୃଷକ ମହାସଭା ର ରାଜ୍ୟ ଉପଦେଷ୍ଠା ମହେନ୍ଦ୍ର ପରିଡା ଏବଂ ବରିଷ୍ଠ ଶ୍ରମିକ ନେତା ବଂଶୀଧର ପରିଡା,ଏ ଆଇ କେ ଏସ ର ରାଜ୍ୟ ନେତା ଜୟନ୍ତ ଦାସ, ଅଶୋକ ସାହୁ, ଇନସାଫ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସମାଜବାଦୀ କୃଷକ ମୋର୍ଚ୍ଚା ର ରାଜ୍ୟ ନେତା ସୁଦର୍ଶନ ପ୍ରଧାନ ସମେତ କୃଷକ ନେତା ଅଭିରାମ ବେହେରା, ପ୍ରମୋଦିନୀ ସାହୁ, ବିଜୟ ସାହୁ, ବିଜୟ ବାରିକ, ବିପ୍ଳବ ଦାସ, ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ I

LEAVE A REPLY

Please enter your comment!
Please enter your name here