33.1 C
Bhubaneswar
Wednesday, April 24, 2024
Homeଓଡିଶାସମଗ୍ର ରାଜ୍ୟକୁ ଗ୍ରାସକଲା କରୋନା

ସମଗ୍ର ରାଜ୍ୟକୁ ଗ୍ରାସକଲା କରୋନା

ଭୁବନେଶ୍ୱର : ସମଗ୍ର ଓଡ଼ିଶା ଏବେ କରୋନା କବଳିତ । ଆଜି ୧୪୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଥିରେ ବାକିଥିବା ରାୟଗଡ଼ା ଜିଲ୍ଲା ସ୍ଥାନ ପାଇଛି । ପୂର୍ବରୁ ରାଜ୍ୟର ୨୯ଟି ଜିଲ୍ଲାରେ ଆକ୍ରାନ୍ତ ହୋଇଥିଲା । ଏଥିରେ ରାୟଗଡ଼ା ଜିଲ୍ଲା ବାକି ଥିଲା । ଆଜି ରାୟଗଡ଼ା ସାମିଲ୍ ହେବା ପରେ ବର୍ତ୍ତମାନ ସମଗ୍ର ରାଜ୍ୟକୁ କରୋନା ତା’ର କାୟା ବିସ୍ତାର କରିଛି । ଆଜି ୧୬ଟି ଜିଲ୍ଲାରୁ ୧୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ଜଣ ସୋନପୁର ୧୭, ବଲାଙ୍ଗୀର ୧୩, କେନ୍ଦ୍ରାପଡ଼ା ୯, ବାଲେଶ୍ୱର ୨୪, ନୂଆପଡ଼ା ୮ ଓ ମୟୁରଭଞ୍ଜରୁ ୮ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା, ଦେବଗଡ଼, କଳାହାଣ୍ଡି ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ଅନୁଗୁଳ, ଭଦ୍ରକ , ସମ୍ବଲପୁର, ୩ଜଣ ଲେଖାଁଏ, ଗଜପତି ଓ ସୁନ୍ଦରଗଡ଼ରୁ ୪ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୩୨୫ଜଣଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୦୫୪ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/06/03/143-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking