22.1 C
Bhubaneswar
Tuesday, May 24, 2022
Homeଅପରାଧବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ପୁରୀ: ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ୨୦୧୨ ଅଗଷ୍ଟ ୨୨ରେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟଙ୍କ ସମେତ ୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଆଜି ଶୁଣାଣୀ ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗୁନଙ୍କୁ ହତ୍ୟା କରାଯାଇଥିବା ବନ୍ଧୁକର ବାଲାଷ୍ଟିକ୍ ରିପୋର୍ଟର ବି କୌଣସି ପ୍ରମାଣ ମିଳିନଥିଲା । ତା’ସହ ଠୋସ୍ ସାକ୍ଷ୍ୟ ପ୍ରମାଣ ବି ମିଳିନଥିଲା । ଏପରିକି ଗୁନଙ୍କ ଉପରେ ସର୍ବେଶ୍ୱର ଆପଟ ଗୁଳି ଚଲାଇବା ଅଭିଯୋଗ ଥିଲା ଯାହା କୋର୍ଟରେ ପ୍ରମାଣିତ ହୋଇପାରିନି । ୨୦୧୨ ସେପ୍ଟେମ୍ବର ୧୨ରେ କାଉନସିଲର ତଥା ପରିଚାଳନା କମିଟି ସଦସ୍ୟ ବରିଷ୍ଠ ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ପୁରୀ ମଣିକର୍ଣ୍ଣିକା ସାହି ପଞ୍ଚୁଆତି ଜାଗା ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking