34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ : ଶେଷରେ ଅଭିଯୁକ୍ତ ପାଇଲେ ଫାଶୀ

‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ : ଶେଷରେ ଅଭିଯୁକ୍ତ ପାଇଲେ ଫାଶୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସାତ ବର୍ଷ, ତିନି ମାସ ଏବଂ ତିନି ଦିନ ପରେ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଭୋର ୫.୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ। ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି। ଶେଷ ମୁହୂର୍ତ୍ତରେ ରାତି ଅଧିଆ ଶୁଣାଣି ପରେ ସୁପ୍ରିମକୋର୍ଟ ଦୋଷୀଙ୍କ ଓକିଲ ଏ.ପି.ସିଂହଙ୍କ ଆବେଦନ ଖାରଜ କରିବା ପରେ ଫାଶୀ ପାଇଁ ରାସ୍ତା ପରିଷ୍କାର ହୋଇଥିଲା।
କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ଭୋର ୫.୩୦ ମିନିଟରେ ସେମାନଙ୍କୁ ଦିଆଯାଇଥିଲା ଫାଶୀ। ତିହାର ଜେଲ୍ରେ ପ୍ରଥମ ଥର ପାଇଁ ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଥିଲା। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧା ଘଣ୍ଟା ଧରି ଫାଶୀ ଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିଥିଲେ ଓ ମୃତ ଘୋଷଣା କରିଥିଲେ। ଏହା ସହିତ ୭ ବର୍ଷ ଧରି ଚାଲିଥିବା ‘ନିର୍ଭୟା’ ମାମଲାରେ ଯବନିକା ପଡ଼ିଥିଲା।
୪ ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ପରେ ‘ନିର୍ଭୟା’ଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍କୋର୍ଟଙ୍କୁ ପ୍ରଶଂସା କରିଥିଲେ। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ କିଛି ଛିଦ୍ର ଥିବା ଏହି ମାମଲା ଦ୍ୱାରା ଜଣାପଡ଼ିଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ। ସେ ତାଙ୍କ ଝିଅକୁ ନେଇ ଗର୍ବ କରନ୍ତି। ସେ ତାଙ୍କୁ ବଞ୍ଚାଇ ପାରିଲେନି। କିନ୍ତୁ ଖୁସି ଅଛନ୍ତି ଯେ ତାଙ୍କୁ ନ୍ୟାୟ ଦେଇ ପାରିଛନ୍ତି। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ନିର୍ଭୟା’ ଦିବସ ଭାବେ ପାଳନ କରାଯାଉ।
ସେହିଭଳି ‘ନିର୍ଭୟା’ଙ୍କ ବାପା ମଧ୍ୟ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି, ନ୍ୟାୟ ପାଇବା ପାଇଁ ବହୁତ ଦୌଡ଼ିଥିଲେ। ଆଉ ଶେଷରେ ନ୍ୟାୟ ପାଇଛନ୍ତି। ଏହା ପ୍ରତିଟି ମହିଳାଙ୍କ ବିଜୟ। ଲୋକେ ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ କରିବା ଅନୁଚିତ୍। ‘ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ କହିଛନ୍ତି, ଏପରି ଜଘନ୍ୟ ଅପରାଧ ଅତି ବିରଳରୁ ବିରଳତମ ଥିଲା। ଏପରି ଅପରାଧ ପଶୁ ବି କରିପାରନ୍ତି ନାହିଁ। ନିର୍ଭୟା ବଞ୍ଚିଥିଲେ ହୁଏତ ଖୁସି ହୋଇଥା’ନ୍ତି। ମାତ୍ର ଶେଷରେ ନ୍ୟାୟ ମିଳିଛି। ତେବେ ନିର୍ଭୟାଙ୍କ ପରେ ଅନେକ ପୀଡ଼ିତ ନ୍ୟାୟ ଅପେକ୍ଷାରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking