28.1 C
Bhubaneswar
Friday, March 29, 2024
Homeଓଡିଶା ଆରଏମସି ମାନୁନି ଲକଡାଉନ

 ଆରଏମସି ମାନୁନି ଲକଡାଉନ

ମୟୂରଭଞ୍ଜ (ଘାସିରାମ ବେହେରା)-କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶରେ ଜାରି ରହିଛି ୨୧ ଦିନିଆ ଲକଡ଼ାଉନ୍‌ କଟକଣା। କିନ୍ତୁ ସରକାରୀ ସଂସ୍ଥା ଆରଏମସି ଲକଡାଉନକୁ ମାନୁନଥିବା ଦେଖିବାକୁ ମିଳୁଛି।ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟ ହେଉଥିବାରୁ ଆରଏମସି ନିୟନ୍ତ୍ରଣରେ ଥିବା ସାପ୍ତାହିକ ହାଟ ଗୁଡିକ ଚାଲୁ ରହିଛି। କିନ୍ତୁ ଏଠି ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉନାହିଁ କି ବାହାର ରାଜ୍ୟରୁ ଫେରିଥିବା ଦାଦନ ଶ୍ରମିକଙ୍କ ଖୋଲାଖୋଲି ଚଳପ୍ରଚଳ ରୋକାଯିବା ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ। ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କିତ ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପୁଣି ହାଟରୁ ବିନା ରସିଦରେ ଆରଏମସି କର୍ମଚାରୀ ମାସୁଲ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ।ଏଭଳି ଅଭାବନୀୟ ଦୃଶ୍ୟମାନ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ସାପ୍ତାହିକ ହାଟରେ। ଏଠିଦିନ ଦ୍ଵିପ୍ରହରରେ ହେଉଛି ନିୟମର ଖୋଲା ଉଲଂଘନ। ହାଟରେ ପରିବା ବିକିବା ପାଇଁ ଆସିଥିବା ବ୍ୟବସାୟୀଙ୍କ ଠାରୁ ବିନା ରସିଦରେ 10 ଟଙ୍କା ହିସାବରେ ଜବରଦସ୍ତ ମାସୁଲ ଆଦାୟ କରୁଛନ୍ତି ଆରଏମସି କର୍ମଚାରୀ । ସାଧାରଣ ଲୋକମାନେ ଲକଡାଉନ ଭଳି ପରିସ୍ଥିତିର ମୁକାବିଲା କରିବାକୁ ସରକାର ବିଭିନ୍ନ ପ୍ରକାର ସହାୟତା ଘୋଷଣା କରୁଥିବା ବେଳେ କୌଣସି ବ୍ୟାଙ୍କ ଋଣକିସ୍ତି ଦାଖଲ 3 ମାସ ପାଇଁ କୋହଳ କରିବା ସହିତ ବିଦ୍ୟୁତବିଭାଗ ମଧ୍ୟ 3 ମାସ ପାଇଁ କୋହଳ କରିଛି । ହେଲେ ସାରସକଣାରେ ଆରଏମସି କର୍ମଚାରୀ ନିଜେ ନିୟମ ଭାଙ୍ଗୁଛନ୍ତି।
ବିନା ରସିଦରେ ମାସୁଲ ଆଦାୟ  କରୁଥିବା ଆରଏମସି କର୍ମଚାରୀଙ୍କ ପ୍ରତିକ୍ରିୟା ପାଇଁ ଭେଟିଥିଲେ ମଧ୍ୟ ଏବିଷୟରେ କିଛି କହି ପାରିବେ ନାହିଁ ବୋଲି କହିଥିଲେ। ଅନ୍ୟପଟେ ସରକାର କାର୍ଯ୍ୟକାରୀ କରିଥିବା ଲକଡାଉନ ବ୍ୟବସ୍ଥା ବାସ୍ତବରେ ସଂକ୍ରମଣ ରୋକିବାରେ ସଫଳ ହେଉଥିବା ବେଳେ ଆରଏମସି ଏହାର ଉଲଂଘନ କରି କରୋନା ଭୁତାଣୁ ସଂକ୍ରମଣକୁ ପ୍ରୋତ୍ସାହିତ କରିବା କେତେଦୂର ଗ୍ରହଣୀୟ। କରୋନାକୁ ନେଇ ସାରାବିଶ୍ୱ ଭୟଭୀତ। ଏଭଳି ସ୍ଥିତିର ମୁକାବିଲା କରିବାକୁ ଭାରତ ସରକାର ଲକଡାଉନ ଘୋଷଣା କରି ସାଧାରଣ ଜନଜୀବନ ସୁରକ୍ଷିତ କରିବାକୁ ପ୍ରୟାସ ଚଳାଇ ବ୍ୟାପକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥା ଆରଏମସି ନିୟମର ଖୋଲାଖୋଲି ଉଲଂଘନ କରି ନୀରିହ ଲୋକଙ୍କୁ ବିପଦ ଆଡକୁ ଟାଣି ନେବା ନିନ୍ଦନୀୟ ଘଟଣା ବୋଲି ମତପ୍ରକାଶ ପାଉଛି। ତେବେ ଦାୟିତ୍ବହୀନ ସଂସ୍ଥା ହାତରୁ ହାଟ ପରିଚାଳନା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ପଞ୍ଚାୟତ ଉପରେ ନ୍ୟସ୍ତ କରାଯିବାକୁ ଦାବି ହେଉଛି।
ଉଲ୍ଲେଖଯୋଗ୍ୟ, ଜିଲ୍ଲା ପ୍ରଶାସନ ନିକଟରେ ଏଖବର ଅଛି କି ନା’ ଆମକୁ ଜଣାନାହିଁ। ଯଦି ନଥାଏ ତେବେ ସାରସକଣାରେ ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି ବୋଲି କହିବା କିଛି ଭୁଲ ହେବ ନାହିଁ। ସେହିପରି ହାଟ ପରିଚାଳନା ସମୟରେ ସାମାଜିକ ଦୂରତା ବଜାଇ ରଖିବାକୁ ପ୍ରାଧାନ୍ୟ ନ ଦେଇ କେବଳ ମାସୁଲ ଆଦାୟକୁ ଗୁରୁତ୍ୱ ଦେଇଥିବା ଆରଏମସି ଏବଂ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking