34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଚିନ୍ ବିରୁଧରେ ମହାଅଭିଯୋଗ ସତ ହୋଇଥିଲେ ସାଂଘାତିକ

ଚିନ୍ ବିରୁଧରେ ମହାଅଭିଯୋଗ ସତ ହୋଇଥିଲେ ସାଂଘାତିକ

ଭୁବନେଶ୍ୱର : କରୋନା ଭୁତାଣୁ ନେଇ ସମଗ୍ର ବିଶ୍ୱ ଏବେ ଥରହର ହୋଉଛି । ଏହି ଭୁତାଣୁ ଚିନ୍‌ର ପରୀକ୍ଷାଗାରରୁ ସୃଷ୍ଟି ହୋଇ ଅନେକ ଅଭିଯୋଗ ଉଠୁଛି । କିନ୍ତୁ ଚିନ୍ ଏହାକୁ ଅଶ୍ୱୀକାର କରି ଚାଲିଛି । ଏବେ ଚିନ୍ ବିରୁଧରେ ଏହାକୁ ନେଇ ଏକ ମହାଅଭିଯୋଗ ଆସିଛି । ଏହି ଅଭିଯୋଗ ଯଦି ସତ ହୋଇଥାଏ ତାହାହେଲେ ଆଗକୁ ବହୁତ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି । ଚିିନ୍ କୁଆଡ଼େ କରୋନା ତଥ୍ୟ ଳୁଚାଇବା ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କହିଥିବା କଥା ଏବେ ପଦାକୁ ଆସୁଛି ।
ଜର୍ମାନର ଏକ ପ୍ରମୁଖ ଗଣମାଧ୍ୟମ (ଡେଲି ମେଲ୍‌ରେ) ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ଜର୍ମାନରେ ଡେର୍ ସ୍ପିଗେଲ୍‌ରେ ଏହି ବାବଦରେ ଉଲ୍ଲେଖ ରହିଛି । ନିଜ ଦେଶରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଜର୍ମାନ ଗଣମାଧ୍ୟମ ଏହା ପ୍ରକାଶ କରିଥିବା କଥା କୁହାଯାଉଛି ।
ରିପାର୍ଟ ଅନୁଯାୟୀ ଚିନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍ ବ୍ୟକ୍ତିଗତ ଡବ୍ଲୁଏଚ୍‌ଓର ମୁଖ୍ୟ ଟେଡ୍ରୋସ୍‌ଙ୍କୁ କରୋନା ଭାଇରସ୍ ବାବଦରେ ସୂଚନା ଲୁଚାଇବାକୁ ନିବେଦନ କରିଥିଲେ । ଏପରିକି ଏସମ୍ପର୍କରେ ବିଶ୍ୱବାସୀଙ୍କୁ ବିଳମ୍ବରେ ଅବଗତ କରାଇବାକୁ ଚିନ୍ ରାଷ୍ଟପ୍ରତି ଅନୁରୋଧ କରିଥିବା କଥା ଦର୍ଶାଯାଉଛି ।
ରିପୋର୍ଟ ଅନୁଯାୟୀ ଜାନୁଆରୀ୨୧ରେ ଚିନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କର ଡବ୍ଲଏଚ୍‌ଓର ମୁଖ୍ୟ ଟେଡ୍ରୋସ୍‌ଙ୍କ ସହ ଏଭଳି ଆଲୋଚନା ହୋଇଥିଲା । ଜର୍ମାନୀର ଗୁଇନ୍ଦା ବିଏନ୍‌ଡି ଏଭଳି ସୂଚନା ଦେଇଥିଲେ । ଦୁଇ ମୁଖ୍ୟଙ୍କ ଆଲୋଚନା ସମୟରେ କରୋନା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାବଦରେ ଏବେ ହଠାତ୍ ପ୍ରକାଶ ନକରି ବିଳମ୍ବରେ ଜଣାଇବାକୁ ଅନୁରୋଧ ରଖିଥିଲେ । ତେଣୁ ଡବ୍ଲୁଏଚ୍‌ଓ କରୋନା ବାବଦରେ ବିଶ୍ୱବାସୀଙ୍କୁ ବହୁ ଡ଼େରିରେ ଅବଗତ କରିଥିବା କଥା ଏବେ ଉଠିଲାଣି ।
କୁହାଯାଉଛି ବାସ୍ତବାରେ ଏହା ସତ ବୋଲି ପ୍ରମାଣିତ ହୁଏ ତେବେ ଚିନ୍ ରାଷ୍ଟ୍ରପତିଙ୍କ ପାଇଁ ଭୟଙ୍କର ପ୍ରରିସ୍ଥିତି ବିପଦ ଟାଣିଆଣିବ । ସମଗ୍ର ବିଶ୍ୱ ଚିନ୍ ବିରୋଧୀ ହୋଇଯିବେ ।  କିନ୍ତୁ ଡେଲି ମେଲ୍‌ର ପକାଶିତ ଏହି ଖବରକୁ ଡବ୍ଲୁଏଚ୍‌ଓ ଗୁଜବ ବୋଲି କହିଛି । ଏପରିକି ଜାନୁଆରି ୨୧ରେ ଚିନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ସହ କୌଣସି ଆଲୋଚନା ହୋଇନାହିଁ ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଉଛି । ଜାନୁଆରୀ ୨୦ରେ ଡବ୍ଲୁଏଚ୍‌ଓ ପକ୍ଷରୁ କରୋନା ଭାଇରସ୍ ମଣିଷ ପାଖରୁ ସଂକ୍ରମିତ ହେଉଛି ବୋଲି କହିଥିଲା । ଚିନ୍‌ର ଉହାନ୍ ସହରରେ ପ୍ରଥମେ ଏହି ଭାଇରସ୍ ଦେଖାଦେଇଥିବାରୁ ଏହା ଉପରେ ଅନୁଧ୍ୟାନ କରି ଜାନୁଆରୀ ୨୨ରେ କୁହାଯାଇଥିଲା ଏହି ମାହାମାରି ମଣିଷ ପାଖରୁ ମଣିଷକୁ ବିସ୍ତାର କରୁଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ବହୁ ଆଗରୁ ଡବ୍ଲୁଏଚ୍‌ଓ ବିଳମ୍ବରେ କରୋନା ବାବଦରେ ଜଣାଇଥିବା କଥା ପୂର୍ବରୁ ବହୁ ଅଭିଯୋଗ କରିଥିଲେ । ଏପରିକି ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଡବ୍ଲୁଏଚ୍‌ଓ ଚିନ୍ ପାଇଁ ଓକିଲାତି କରୁଛନ୍ତି । ଅବଶ୍ୟ ଟ୍ରମ୍ପଙ୍କ ଅଭିଯୋଗକୁ ଡବ୍ଲୁଏଚଓ ଅଶ୍ୱିକାର କରୁଛି । ଡବ୍ଲୁଏଚଓ ଖଣ୍ଡନ ସତ୍ୱେ ଆମେରିକା ରାଷ୍ଟ୍ରପତି କରୋନା ଭାଇରସ୍ ଚିନ୍ ଉହାନ୍ ଭାଇରସ୍ ବୋଲି କହି ଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking