28.1 C
Bhubaneswar
Thursday, March 28, 2024
Homeଓଡିଶାବିଜେଡି ନେତା କାର୍ଯ୍ୟାଦେଶ ବାଣ୍ଟିବାକୁ ନେଇ କଂଗ୍ରେସ ନେତାଙ୍କ ବିରୋଧ

ବିଜେଡି ନେତା କାର୍ଯ୍ୟାଦେଶ ବାଣ୍ଟିବାକୁ ନେଇ କଂଗ୍ରେସ ନେତାଙ୍କ ବିରୋଧ

ଜଗତସିଂହପୁର :(ପ୍ରତାପ କୁମାର ସିଂହ)
ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ପୌର ପରିଷଦର ପ୍ରଶାସକ ଥିବା ସମୟରେ ପୌରପରିଷଦ କାର୍ଯ୍ୟାଳୟରେ ବିଜେଡି ନେତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବାଣ୍ଟିବା ନେଇ ଆରୋପ ଉଠାଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ଚୌଧୁରୀଙ୍କ ଅଭିଯୋଗ ଅନୁସାରେ ଆଜି ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ବିଜେଡ଼ି ଦଳର ପୂର୍ବତନ ନଗର ବିଜେଡ଼ି ସଭାପତି ତଥା ପୂର୍ବତନ ପରିଷଦ (ୱାର୍ଡ଼ ନଂ ୬) ଦୋଳ ଗୋବିନ୍ଦ ଦାଶ ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ୪ ଜଣ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଯାହା ନିୟମ ବିରୁଦ୍ଧ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ପୌର ପରିଷଦର ପ୍ରଶାସକ ଥିବା ସମୟରେ ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କାଙ୍କ ଦ୍ୱାରା କରାଯାଇଥିବା ଏହିଭଳି ଅନୈତିକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଓ ଆଗାମୀ ଦିନରେ ନଗର କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking