34.1 C
Bhubaneswar
Thursday, April 25, 2024
Homeରାଜନୀତିକୋଭିଡ୍ ଆଇନ ଭଙ୍ଗ କରିଛି ଖୋଦ ବିଜୁ ଜନତା ଦଳ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ବଲାଙ୍ଗିର...

କୋଭିଡ୍ ଆଇନ ଭଙ୍ଗ କରିଛି ଖୋଦ ବିଜୁ ଜନତା ଦଳ ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, – ବଲାଙ୍ଗିର ଜିଲ୍ଲା ତଥା ସହର କରୋନା ଭୂତାଣୁ ଗୋଷ୍ଠି ସଂକ୍ରମଣ ଦ୍ୱାର ଦେଶରେ । ସ୍ଥାନୀୟ ବିଜୁ ଜନତା ଦଳର କାର୍ଯ୍ୟକଳାପ ଏହି ଗୋଷ୍ଠି ସଂକ୍ରମଣକୁ ଆହୁରି ପ୍ରଖର କରିବା ଆଶଙ୍କା ଦେଖାଦେଇଛି । ବଲାଙ୍ଗିର ହାତିଶାଲପଡା ଯାହାକି ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣର ଗଡ ସାଜିଛି ତାହାକୁ ସମ୍ପୁର୍ଣ୍ଣ କଣ୍ଟେନମେଣ୍ଟ ଜୋନ ହିସାବରେ ଜିଲ୍ଲା ପ୍ରଶାସନ ଘେରି ରଖିଛି କିନ୍ତୁ କାଲି ତାର ଏକ ବ୍ୟତିକ୍ରମ ଦେଖାଦେଇଛି । ସ୍ଥାନୀୟ ବିଜୁ ଜନତାଦଳର କର୍ମକର୍ତ୍ତା ଗତ କାଲି ଖୋଦ୍ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ଲୋକସଭା ସାଂସଦଙ୍କ ଫଟୋ ଥାଇ ଏକ ଚାରିଚକିଆ ଗାଡିକୁ କଣ୍ଟେନମେଣ୍ଟ ଜୋନର ବାଡ ଭାଙ୍ଗି ଭିତରକୁ ନେଇ କଣ୍ଟେନମେଣ୍ଟ ଜୋନ ଭିତରେ ଆବଦ୍ଧ ଥିବା ଲୋକଙ୍କୁ ରାସନ ବଣ୍ଟନ କରିଥିôବା ଅଭିଯୋଗ ନେଇ ଆଜି ବଲାଙ୍ଗିର ନଗର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରାଯାଇଛି ।

ଏଥିରେ ଲେଖାଯାଇଛି ଯେ ସ୍ଥାନୀୟ ଶାସକ ଦଳ କାହା ଅନୁମତିରେ କଣ୍ଟେନମେଣ୍ଟ ଜୋନକୁ ଯାଇ ସାମଗ୍ରୀ ବଣ୍ଟନ କଲେ ଏବଂ ଯେଉଁମାନେ ବଣ୍ଟନ କଲେ ସେମାନେ କାହାର ଅନୁମତିରେ ଏହା ବଣ୍ଟନ କଲେ ? ଏହା କୋଭିଡ୍ ଆଇନର ଉଲ୍ଲଙ୍ଘନ ନୁହେଁ କି ? ଯଦି ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କୋଭିଡ୍ ଆଇନ ଉଲଙ୍ଘନ ଯୋଗୁଁ ସରକାର ତାଙ୍କ ବିରୁଦ୍ଧରେ ମୁକର୍ଦ୍ଦମା ରୁଜୁ କଲେ ତେବେ ବଲାଙ୍ଗିର ବିଜୁ ଜନତାଦଳ ବିରୁଦ୍ଧରେ ଏ ପର୍ଯ୍ୟନ୍ତ ପୋଲିସ ଓ ଜିଲ୍ଲା ପ୍ରଶାନ ନିରବ କାହିଁକି ? ତେଣୁ ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ପ୍ରତିନିଧି ଦଳ ଦାବି କରିଛନ୍ତି ଯେଉଁମାନେ କଣ୍ଟେନମେଣ୍ଟ ଜୋନରେ ପଶି କୋଭିଡ୍ ଆଇନ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କର ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ପ୍ରତ୍ୟେକଙ୍କୁ ୧୪ ଦିନ କ୍ୟାରେନଟାଇନ ଗୃହରେ ରଖି ବଲାଙ୍ଗିରବାସୀଙ୍କୁ କରୋନା ଗୋଷ୍ଠି ସଂକ୍ରମଣରୁ ରକ୍ଷା କରନ୍ତୁ ।

ନଗର ସଭାପତି ବୁଲୁ ଦାନିଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, କଂଗ୍ରେସ କୋଭିଡ୍ ପରିଚାଳାନା ଜିଲ୍ଲା ସଂଯୋଜକ ଅସୀମ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ସଂଗଠନ ସଂପାଦକ ସଂଜୟ ମିଶ୍ର, କୈଳାସ ମିଶ୍ର ଓ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking