28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶରାମ ମନ୍ଦିର ଉଦଘାଟନ ପାଇଁ ଆଲିଆ-ରଣବୀରଙ୍କୁ ନିମନ୍ତ୍ରଣ

ରାମ ମନ୍ଦିର ଉଦଘାଟନ ପାଇଁ ଆଲିଆ-ରଣବୀରଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି।  ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା ମଧ୍ୟ ସାମିଲ ଅଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ବଲିଉଡ କଳାକାରଙ୍କୁ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ନିମନ୍ତ୍ରଣ କରାଯାଇଛି।

ଏଥିରେ ଅମିତାଭ ବଚ୍ଚନଙ୍କ ଠାରୁ ରଜନୀକାନ୍ତ ପର୍ୟ୍ୟନ୍ତ ନାମ ଅଛି। ବର୍ତ୍ତମାନ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତାଙ୍କ ସ୍ବାମୀ ଅଭିନେତା ରଣବୀର କପୁରଙ୍କୁ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା କାର୍ୟ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।

ଏହି ନିମନ୍ତ୍ରଣ ତାଙ୍କୁ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ଅଲ ଇଣ୍ଡିଆ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେଦକର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ପ୍ରତିଷ୍ଠା ସମାରୋହରେ ଯୋଗଦେବେ। ଏହି କାର୍ୟ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି। ଭାରତ ତଥା ବିଦେଶରୁ ବହୁ ଭିଭିଆଇପି ଅତିଥି ଅଯୋଧ୍ୟାରେ ଏହି ଶୁଭ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking