26.1 C
Bhubaneswar
Friday, March 29, 2024
HomeUncategorizedମହାଭାରତ ସହ ଜଡିତ ଅକ୍ଷୟ ତୃତୀୟା

ମହାଭାରତ ସହ ଜଡିତ ଅକ୍ଷୟ ତୃତୀୟା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଷୟ ତୃତୀୟା ୨୬ ତାରଖ ରବିବାରରେ ପଡୁଛି । ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ ହୁଏ ଅକ୍ଷୟ ତୃତୀୟା । ଏହାକୁ ଅଖା ତୀଜ୍ ମଧ୍ୟ କୁହାଯାଏ । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରାଯ୍ଧଶ । ମାନ୍ୟତା ରହିଛି ଯେ, ଏପରି କଲେ ଧନ ସଂପଦରେ ଅକ୍ଷୟ ବୃଦ୍ଧି ହୋଇଥାଏ । ତେବେ ପୌରାଣିକ କଥା ଅନୁସାରେ, ଅକ୍ଷୟ ତୃତୀୟାରେ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା । ଅକ୍ଷୟ ତୃତୀୟାର ପୌରାଣିକ ଇତିହାସ ମହାଭାରତ ସମୟରେ ମିଳିଛି । ଯେତେବେଳେ ପାଣ୍ଡବଙ୍କୁ ୧୩ ବର୍ଷ ଯାଏଁ ବନବାସ ହୋଇଥିଲା , ସେତେବେଳେ ଜମେ ଦୁର୍ବାଷା ଋଷି ସେମାନେ ରହୁଥିବା କୁଟୀରରେ ପାଦ ରଖିଥିଲେ । ତେବେ ସେହି ଋଷି ଅତ୍ୟନ୍ତ ପ୍ରସନ୍ନ ଥିଲେ । ସେଥିପାଇଁ ସେ ଦ୍ରପୌଦୀଙ୍କୁ ସେହିଦିନ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ । ଏହାସହ ସେ ତାଙ୍କୁ କହିଥିଲେ, ଆଜି ଯିଏ ଧରିତ୍ରୀରେ ଶ୍ରୀ ହରି ବିଷ୍ଣୁଙ୍କ ବିଧି ବିଧାନରେ ପୂଜାର୍ଚ୍ଚନା କରିବ ତାଙ୍କ ଘରେ ସବୁ ସଂପଦର କୌଣସି ଅଭାବ ରହିବ ନାହିଁ । ଦକ୍ଷିଣା ସହ ମଧ୍ୟ ଯିଏ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଦାନ କରିବ, ତାଙ୍କ ଘରର ଭଣ୍ଡାର ସବୁବେଳେ ପରିପୂର୍ଣ୍ଣ ହୋଇ ରହିବ ବୋଲି କହିଥିଲେ । ଏହାସହ ଏହି ତିଥିରେ ବିବାହ କାର୍ଯ୍ୟ କଲେ ଅତି ମଙ୍ଗଳ ହୋଇଥାଏ । ଏହିଦିନ ସୁନା କିଣିବା ମଧ୍ୟ ଶୁଭ ବୋଲି ଧରାଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking