34.1 C
Bhubaneswar
Friday, March 29, 2024
Homeଓଡିଶାଭଙ୍ଗା ଚାଳିଆରେ ଦିନକାଟୁଛନ୍ତି ଅକ୍ଷୟଙ୍କ ପରିବାର

ଭଙ୍ଗା ଚାଳିଆରେ ଦିନକାଟୁଛନ୍ତି ଅକ୍ଷୟଙ୍କ ପରିବାର

କୋରେଇ : ସରକାର ଗରିବ ଅସହାୟଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ବ୍ୟବସ୍ଥା ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ସମସ୍ତ ହିତାଧିକାରୀ ଏହାର ସୁଫଳ ପାଇପାରୁନାହାନ୍ତି । ଯାହା ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋରେଇ ବ୍ଲକ କନ୍ତୋର ଗ୍ରାମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଅକ୍ଷୟ ମହାରଣା ପତ୍ନୀ ଶ୍ୟାମଳୀ ମହାରଣାଙ୍କ ସମେତ ୪ ଝିଅ ଓ ଗୋଟିଏ ପୁଅକୁ ନେଇ ଭଙ୍ଗା ଚାଳିଆରେ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ପାଣି ଛିଟାରେ କାନ୍ଥରୁ ମାଟି ଧୋଇଗଲାଣି । ଅଭାବ ଯୋଗୁଁ ପ୍ରତିବର୍ଷ ଘର ଛପର ନକରି କେଉଁଠି ପାଲ ବାନ୍ଧିଛନ୍ତି ତ କେଉଁଠୁ ପାଣି ଗଳୁଛି । ଭଙ୍ଗା ଘର ଯୋଗୁଁ ବୁଧବାର ଏକ ସାପ ଘରେ ପଶି ଅକ୍ଷୟଙ୍କ ଝିଅ ଧରିତ୍ରୀକୁ କାମୁଡି ଦେବାରୁ ସେ ଗୁରୁତର ହୋଇଥିଲେ ।

ଅକ୍ଷୟଙ୍କର ଜମିବାଡ଼ି ବୋଲି କିଛି ନାହିଁ । କାଠ କାମ କରି ଯାହା ରୋଜଗାର କରନ୍ତି, ସେଥିରେ ତେଲଲୁଣ ସଂସାର ଚଳେ । ପ୍ରଶାସନ ପକ୍ଷରୁ ଆଜି ଯାଏ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡେ ମିଳିପାରିନାହିଁ । ଜିଲ୍ଲା ତଥା ବ୍ଲକ ପ୍ରଶାସନ ଅକ୍ଷୟଙ୍କ ପରିବାରର ଦୁଃଖ ବୁଝି ଆବାସ ଯୋଜନାରେ ତୁରନ୍ତ ଘର ଖଣ୍ଡେ ଯୋଗାଇଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking