39.1 C
Bhubaneswar
Tuesday, April 23, 2024
Homeଓଡିଶାହାଇକୋର୍ଟର ଦ୍ୱାରସ୍ତ ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ହାଇକୋର୍ଟର ଦ୍ୱାରସ୍ତ ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୂବନେଶ୍ୱର: ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ସିନେ ପ୍ରେଯାଜକ ଅକ୍ଷୟ ପରିଜା । ଗିରଫ ଭୟରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ବର୍ତ୍ତମାନ ପ୍ରେଯାଜକ ଅକ୍ଷୟ ପରିଜା କାଷ୍ଟିକାଉଚ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଯାହାଫଳରେ ସେ ଏହି ମାମଲାକୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ।

ତେବେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇଦେବା ଆଳରେ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ପାଖାପାଖି ୧ ବର୍ଷଧରି ସେହି ଯୁବତୀଙ୍କ ସହ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରହିଥିବା କୁହାଯାଉଛି । ଏଥିସହ ସୋସିଆଲ ମିଡିଆରେ ଅକ୍ଷୟଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେହି ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏଥିସହିତ ତାଙ୍କ ଅଶ୍ଲୀଳ ଫଟୋ ରଖି ବ୍ଲାକମେଲିଙ୍ଗ୍ କରୁଥିବା ସମ୍ପୃକ୍ତ ଯୁବତୀ ଅକ୍ଷୟ ପରିଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢ଼ିଥିଲା । ଯଦି, ସେ ଆଉ କାହାକୁ ବାହା ହେବେ ତା’ହେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏହି ମାମଲାରେ ବର୍ତ୍ତମାନ ପ୍ରେଯାଜକ ଅକ୍ଷୟ ପରିଜା ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking