28.1 C
Bhubaneswar
Thursday, March 28, 2024
Homeଓଡିଶାଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ସଂଯୋଜକ ସୁବାଷ ମହାରାଣାଙ୍କୁ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ କୃତଜ୍ଞତା ପତ୍ର ଦେଇଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପରିବାରକୁ ସହଯୋଗ କରିଥିବାରୁ ସେ ସୁବାଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ମେ ୬ରେ ଭର୍ତ୍ତି ହୋଇଥିଲେ ।

୪-୫ ଘଣ୍ଟା ବିତିଯାଇଥିଲେ ହେଁ ସେଠାରୁ ତାଙ୍କର କୌଣସି ଖବର ଆସିନଥିଲା । ସେଥିପାଇଁ ଅକ୍ଷୟ କୁମାର ବ୍ୟସ୍ତ ହୋଇ ବିଭିନ୍ନ ପଦସ୍ତ ଅଧକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରିନଥିଲା । ଏନେଇ ଅକ୍ଷୟ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ଜଣାଇଲେ । ଏହାସହ ଗଞ୍ଜାମ ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କ ସହିତ ଯୋଗାଯୋଗ କରି ଏହି ବିଷୟରେ ଅବଗତ କରାଇଥିଲେ ।

ସୁବାଷ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ଯାଇ ସଙ୍ଗୀତା ଭୂୟାଁଙ୍କୁ ଠାବ କରିଥିଲେ । ଏହାସହ ଯଥା ସମ୍ଭବ ଚିକିତ୍ସା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଇଥିଲେ ।  ପରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସଂପାଦନା ହୋଇଥିଲା । ଏନେଇ ଅକ୍ଷୟଙ୍କୁ ଏହା ବିଷୟରେ ଜଣାଇ ଦିଆଯାଇଥିଲା । ସୁବାଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସଠିକ ଏବଂ ତ୍ବରିତ ପଦକ୍ଷେପରେ ପ୍ରଭାବିତ ହୋଇ ଅକ୍ଷୟ ଏକ ଭାବପ୍ରବଣତା କୃତଜ୍ଞତା ପତ୍ର ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking