29.1 C
Bhubaneswar
Wednesday, April 24, 2024
Homeଓଡିଶାଆକାଶ ନାଏକଙ୍କୁ ନିଟରେ ସଫଳତା, ଛୁଟୁଛି ଶୁଭେଚ୍ଛା ସୁଅ

ଆକାଶ ନାଏକଙ୍କୁ ନିଟରେ ସଫଳତା, ଛୁଟୁଛି ଶୁଭେଚ୍ଛା ସୁଅ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ମଣ୍ଡଳ ଗ୍ରାମର ଚକ୍ରଧର ନାଏକଙ୍କ ପୁଅ ଆକାଶ ନାଏକ (୧୮ ବର୍ଷ) ‘ନିଟ’ ୨୦୨୦ ପରୀକ୍ଷାରେ ୫୧୯ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭୧୫୮୫ ବ୍ୟାଙ୍କୁ ହାସଲ କରିଛନ୍ତି। ତଫସିଲ୍ ଭୁକ୍ତ ଜାତି ଅନୁସାରେ ସର୍ବଭାରତୀୟ ସ୍ତରରେ ୨୫୬୫ ନମ୍ବରରେ ରହିଛନ୍ତି। ଚଳିତ ବର୍ଷ ଯୁକ୍ତ ୨ ସିବିଏସ୍‌ଇ ବିଜ୍ଞାନ ପରୀକ୍ଷାରେ ସେ ୮୬% ମାର୍କ ରଖିଥିଲେ। ଜବାହର ନବୋଦୟ ବିଦ୍ୟାଳୟ ନର୍ଲାରେ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ସର୍ବଭାରତୀୟ ସ୍ତରରେ ନବୋଦୟ ବିଦ୍ୟାଳୟ ଛାତ୍ରମାନଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଦକ୍ଷିଣା ପରୀକ୍ଷାରେ ୬୦ ଜଣଙ୍କ ମଧ୍ୟରେ ସଫଳତା ପାଇ ମହାରାଷ୍ଟ୍ର ପୁନେ ଜବାହର ନବୋଦୟ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନରେ ମୁକ୍ତରେ ପଢ଼ିବା ସହ ‘ନିଟ୍’ କୋଚ୍‌ ନେଇଥିଲେ । କୌଣସି ଭଲ ସରକାରୀ ମେଡିକାଲ୍ କଲେଜରେ ପଢ଼ିବାର ସୁଯୋଗ ମିଳିଲେ ହାତଛଡ଼ା କରିବେନାହିଁ ବୋଲି କହିଛନ୍ତି । ସଫଳତା ପାଇଁ ସେ ତାଙ୍କ ମା’ ସତ୍ୟଭାମା ନାଏକଙ୍କୁ ଶ୍ରେୟ ଦେଇଛନ୍ତି । ଅଞ୍ଚଳରେ ଆକାଶ ଭଳି ଅନେକ ପ୍ରତିଭା ଲୁଚି ରହିଛନ୍ତି, ତାଙ୍କୁ କେବଳ ମାର୍ଗଦର୍ଶନ ଅଭାବ ରହିଛି ବୋଲି ଆକାଶ ପ୍ରକାଶ କରିଛନ୍ତି।ଆଜି ତାଙ୍କୁଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ଦଇଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking