30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଅଜିତ ଦାଶଙ୍କ ପରଲୋକରେ ଶୋକ

ଅଜିତ ଦାଶଙ୍କ ପରଲୋକରେ ଶୋକ

ଭୁବନେଶ୍ୱର:ଆର ପାରିରେ ହାକିମ ବାବୁ । ବର୍ଷିୟାନ ନେତା ଅଜିତ ଦାଶ ଆଜି ଆଉ ଆମ ଗହଣରେ ନାହାନ୍ତି । ସହରୀ ବାଘ ଏବେ ଚାଲି ଯାଇଛନ୍ତି ଆର ପାରିକୁ । ୭୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେହି ବର୍ଷିୟାନ ଅଭିନେତା ।
ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ ।ଆଜି ରକ୍ତଚାପ ନିୟନ୍ତ୍ରଣରେ ନରହିବାରୁ ଆଜି ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ନିଧନ ହୋଇଛି । ଏନେଇ ଅଜିତ ଦାସଙ୍କ ସ୍ତ୍ରୀ ମାୟା ଦାସ ସୂଚନା ଦେଇଛନ୍ତି । ଓଡିଆ ଚଳଚ୍ଚିତ୍ରର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ଆଜି ଦେହାନ୍ତ ହୋଇଛି । ଅଜିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଜିତ ଉଚ୍ଚକୋଟୀର ଅଭିନେତା ଓ ନିର୍ଦ୍ଦେଶକ ଭାବେ ସ୍ମରଣୀୟ ହୋଇ ରହିବେ । ଓଡିଆ ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ।’

ଏହା ସହ ଅଜିତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ବହୁ ଦଶନ୍ଧି ଧରି ସେ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିଥିଲେ ।’ ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।
ସେହିପରି ଅଜିତଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶୋକ ପ୍ରକାଶ କରିଛନ୍ତି । ସେହିପରି ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking