38.1 C
Bhubaneswar
Monday, April 15, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅସଲି ଏବଂ ନକଲି ମଧ୍ୟରେ ଏହା ହିଁ ପ୍ରମାଣ ଯେ , ଯିଏ ଅସଲି ସିଏ ଫଳନ୍ତି ବୃକ୍ଷ ପରି ନମ୍ର ଏବଂ ଶାନ୍ତ ରହିଥାଆନ୍ତି କିନ୍ତୁ ଛଳନାକାରୀ କ୍ଷଣକୋପୀ ଏବଂ ଅଶାନ୍ତ ରହନ୍ତି।
ସର୍ବଦା ପ୍ରସନ୍ନ ଏବଂ ଚିନ୍ତାଶୁନ୍ୟ ରହିବା ଦିବ୍ୟ ଗୁଣର ପରିଚାୟକ। ସମସ୍ୟା ଆସିବ ଏବଂ ଚାଲିଯିବ କିନ୍ତୁ ସମସ୍ୟା କୁ ସଠିକ ଭାବରେ ସମାଧାନ କରିବା ଏକ ଭକ୍ତ ତଥା ବୁଦ୍ଧିମାନର କାମ।

ବ୍ୟକ୍ତି ଯେବେ ନିଜକୁ ଶ୍ରେଷ୍ଠ ମନେକରେ, କାହାର ବି ଶ୍ରେଷ୍ଠତ୍ୱକୁ ସେ ସନ୍ଦେହ କରେ, ନିଜକୁ ଶ୍ରେଷ୍ଠ ବିଚାରପତି,ବିଦ୍ୱାନ,ବୁଦ୍ଧିମାନ ବୋଲି ତା ନିର୍ବୋଧତାରେ ଭାବିନିଏ, ଅନ୍ୟର ଏ ଗୁଣସବୁକୁ ତାଚ୍ଛଲ୍ୟ କରେ,ଅସମ୍ମାନ କରେ,ପରିଶେଷରେ ଅନ୍ୟର ଶ୍ରଦ୍ଧା ହରାଇ ନିଜର ବହୁ ଦିନରୁ ଅରଜି ସଞ୍ଚୟ କରିଥିବା ଗୁଣସବୁକୁ ଅକାରଣରେ ନର୍ଦ୍ଦମାରେ ହଜେଇଦିଏ।

କେବେ ବି ନିଜକୁ
ଅନ୍ୟ ଆଗେ ଠିକ୍ ପ୍ରମାଣ କରିବାକୁ
ଚାହଁନି … କାରଣ ଯିଏ ଆମର
ପ୍ରକୃତ ବନ୍ଧୁ ସେ କେବେ ପ୍ରମାଣ
ଖୋଜିବନି ଆଉ ଯିଏ ଶତୃ ସିଏ
କେବେ ବି ବିଶ୍ଵାସ କରିବନି ।

ସୁଖ ଓ ଦୁଃଖ
ଆମ ଜୀବନରେ ଅତିଥି ଭଳି ଜଣେ
ପରେ ଜଣେ ଆସିବେ ଆଉ ଚାଲିଯିବେ
ଯଦି ସେ ଦୁହେଁ ଆସିବେ ନାହିଁ ତ
ଆମେ ଜୀବନରେ କିଛି ଅନୁଭବ
କରି ପାରିବା ନାହିଁ ।

ସତ୍ୟ ର ପରିଭାଷା ମଣିଷର ଜ୍ଞାନ
ଉପରେ ନିର୍ଭର କରେ । ଜଣେ ଅଜ୍ଞାନୀ
ମଣିଷ ସଂସାରକୁ ପରମ ସତ୍ୟ
ମାନିଥାଏ , ଯାହା ତା’ର ଜ୍ଞାନ
ଅନୁଯାୟୀ ଠିକ୍ । କିନ୍ତୁ ଜ୍ଞାନ ପ୍ରାପ୍ତି ପରେ
ସଂସାର ମିଥ୍ୟା ଏବଂ ସଚ୍ଚିଦାନନ୍ଦ
ଭଗବାନ ହିଁ ସତ୍ୟ ବୋଲି ଜ୍ଞାତ ହୁଏ ।।

ଅଦ୍ୟ ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୩ ମସିହା(ସୋମବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ପିଙ୍ଗଳ

ଭାଦ୍ରମାସ- ଶୁକ୍ଲପକ୍ଷ

ତିଥି- ତୃତୀୟା ଦିବା ଘ୧୨/୩୨ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ

ନକ୍ଷତ୍ର- ଚିତ୍ରା ଦିବା ଘ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ ସ୍ଵ।ତି

ଚନ୍ଦ୍ର- ତୁଳା

ଯୋଗ- ଇନ୍ଦ୍ର

କରଣ – ଗର

ସୌରମାସ- କନ୍ୟା ୦୨ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୨୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୩୮

*✧═════•❁❀

ଯୋଗିନୀ ଅଗ୍ନିକୋଣେ ଦିବା ଘ୧୨/୩୨ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ

ତୃତୀୟ ର ଏକୋଦିଷ୍ଟ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ

ମିଥୁନ ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେ

ବାରବେଳା – ଦିବା ଘ୦୨/୪୧ ଗତେ ଘ୦୪/୧୨ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୧/୧୫ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁
*ଅଦ୍ୟ ପୋଟଳ ଦିବା ଘ୧୨/୩୨

✧═════•❁❀❁•═════✧

ଆଜିର ରାଶିଫଳ

✧═════•❁❀❁•═════✧

🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।

✧═════•❁❀❁•═════✧

🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।

✧═════•❁❀❁•═════✧

🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।

✧═════•❁❀❁•═════✧

🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।

✧═════•❁❀❁•═════✧

🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।

✧═════•❁❀❁•═════✧

🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

 

✧═════•❁❀❁•═════✧

🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।

✧═════•❁❀❁•═════✧

🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।

✧═════•❁❀❁•═════✧

🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।

✧═════•❁❀❁•═════✧

🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।

✧═════•❁❀❁•═════✧

🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।

✧═════•❁❀❁•═════✧

🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking