34.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅନ୍ତରକୁ
ବାଧିଲା ଭଳି କଥା
କାହିଁକି କୁହ
ବନ୍ଧୁ
ପାଟି ଛୋଟ ହୋଇପାରେ ତୁମର
କିନ୍ତୁ
ଭାରି ତୀକ୍ଷ୍ଣ
କେତେବେଳେ
ବୁଲାଇ ବଙ୍କାଇ କଥା କହି ଦିଅ
ଆଖି ରୁ ଲୁହ ଝରି ପଡେ
ଅନ୍ୟର ଆଖି ରୁ
ଲୁହ ପୋଛି ପାରିବ ନାହିଁ
କାହିଁକି ଲୁହ ଦିଅ

ଯୋଗିନୀ ପୂର୍ବେ । ସନ୍ଧ୍ୟା ଘ୬।୩୦ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି | ସନ୍ଧ୍ୟା ଘ୬।୨୬ ଗତେ ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର ।ମିଥୁନ ରାଶିର ଘାତବାର । ଦିବା ଘ୭।୧୦ ଗତେ ଘ୮।୪୧ ମଧ୍ୟେ କାଳବେଳା । ଘ୨।୪୦ ଗତେ ଘ୪।୧୧ ମଧ୍ୟେ ବାରବେଳା । ରାତ୍ରି ଘ୧।୧୨ ଗତେ ଘ୨।୪୧ ମଧ୍ୟେ କାଳରାତ୍ରି । ମୃତେ ସନ୍ଧ୍ୟା ଘ୬।୨୭ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ସନ୍ଧ୍ୟା ଘ୬|୨୬ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ନବମୀର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ଅଲାବୁ (ଲାଉ) ସନ୍ଧ୍ୟା ଘ୬।୩୦ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ ।
🪷🪷🪷🪷🪷🪷🪷🪷🪷🪷🪷🪷
(ଅମୃତ) – ଦିବା ଘ୭।୧୫ ମଧ୍ୟେ ଘ୮।୫୧ ଗତେ ଘ୧୧।୧୫ ମଧ୍ୟେ ରାତ୍ରି ଘ୮।୬ ଗତେ ଘ୧୧।୧୮ ମଧ୍ୟେ ଘ୨।୩୦ ଗତେ ଘ୩।୧୮ ମଧ୍ୟେ ।(ମାହେନ୍ଦ୍ର) – ନାସ୍ତି ।
🪷🪷🪷🪷🪷🪷🪷
🌹ମେଷ: ଘର କାମରେ ସମୟ ଦେବେ। ଅତୀତ ସ୍ମୃତି ତାଜା ହେବ। ବନ୍ଧୁ ସହିତ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ।‌

🌹ବୃଷ: କୌଣସି ବିଶେଷ ଖବର ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶଂସା କରିପାରନ୍ତି। ଘରେ ସମସ୍ତଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

🌹ମିଥୁନ: ଅଫିସରେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ପାଇବେ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ପରିବାର ସହିତ ଆନନ୍ଦମୟ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

🌹କର୍କଟ: ଲୋକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ଉନ୍ନତି ହେବ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନେତାଙ୍କ ଲାଗି ଦିନଟି ଭଲ।

🌹ସିଂହ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି। ଘରକୁ ବନ୍ଧୁ ଆସିପାରନ୍ତି।

🌹କନ୍ୟା: ପରିବାର ଲୋକଙ୍କ ସହିତ ଅଧିକ ସମୟ କାଟିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ପରିସର ବୃଦ୍ଧି ପାଇବ। କିଛି ଲୋକ ଆପଣଙ୍କୁ ବିରୋଧ କରିବେ।

🌹ତୁଳା: ବେପାର ନେଇ ମନକୁ ନୂଆ ବିଚାର ଆସିବ। ଜୀବନରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ବିଦ୍ୟାର୍ଥୀ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

🌹ବିଛା: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

🌹ଧନୁ: ଅଫିସରେ ଅଧିକ କାମ କରିବେ। ଆୟ ଉତ୍ସରେ ସ୍ଥିରତା ରହିବ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହୋଇଯିବ।

🌹ମକର: କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁଙ୍କ ନିମନ୍ତ୍ରଣ ଆସିପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

🌹କୁମ୍ଭ: ଧାର୍ମିକ କାର୍ଯ୍ୟରେ ମନ ଲାଗି ରହିବ। ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଭଲ। ବନ୍ଧୁ ସହଯୋଗରେ ସବୁ ଅଶାନ୍ତିର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

🌹ମୀନ: ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ଆପଣଙ୍କ କଂପାନି କୌଣସି ବଡ଼ କଂପାନି ସହିତ ଚୁକ୍ତି କରିବ। ସାଥୀଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking