26.1 C
Bhubaneswar
Sunday, September 25, 2022
Homeଓଡିଶା🌹☘️" ଆଜିର ଅନୁଚିନ୍ତା *

🌹☘️” ଆଜିର ଅନୁଚିନ୍ତା *

➡️”ହୃଦୟରେ କାହା ପ୍ରତି ଭଲ ଭାବନା ସୃଷ୍ଟି ହେଲେ ସେ ଆପଣାର ହୁଏ…କିନ୍ତୁ ଯଦି ଭାବନା ରେ ଆଘାତ ଲାଗେ ତେବେ ରକ୍ତ ସମ୍ପର୍କୀୟ ବି ଦୂରେଇ ଯାଏ..,ଆଦର କଲେ ପରବି ଆପଣାର ହୋଇଥାଏ…!!”
➡️”ଶିକ୍ଷିତ ହେବାର ମାନେ ନୁହେଁ ଯେ କୌଣସି ସ୍କୁଲ୍ କଲେଜରୁ ପଢି ବହୁତ ନମ୍ବର ରଖି କାହାକୁ ପ୍ରମାଣ ଦେବା,ପ୍ରକୃତ ଶିକ୍ଷିତ ହେବାର ଅର୍ଥ ତ ନିଜ ଜୀବନରେ ଆମର କଥା କହିବାର ଶୈଳୀ,ଆମର ବ୍ଯବହାର,ଆମର ଭାଷା,ଆମର ଚିନ୍ତାଧାରା କେତେ ମାର୍ଜିତ!!”

➡️”ଆମେ କେତେ ଭୁଲ୍ କେତେ ଠିକ୍ କେବଳ ଦୁଇ ଜଣ ଜାଣନ୍ତି – “ପରମାତ୍ମା ” ଓ “ଅନ୍ତରାତ୍ମା” !!”

➡️”ସବୁବେଳେ ନିଜ କଥାରେ ମଧୁରତା ରଖ , ଦେଖିବ ତୁମକୁ ଖରାପ ବ୍ୟବହାର ଦେଉଥିବା ମଣିଷ ବି ଭଲ ବ୍ୟବହାର ଓ ଉଚିତ୍ ସମ୍ମାନ ଦେବାକୁ ବାଧ୍ୟ ହେବେ !!”

➡️”ସଫଳତାର ପ୍ରଥମ ପାହାଚ ହେଉଛି Self confidence. !!”

🎪🛕ଆଜିର ମହତବାଣୀ 🛕🎪
🦋 ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ ତେଣୁ ଏ ଦୁଇଟିକୁ ନିଜ ଆୟତ୍ତରେ ରଖନ୍ତୁ ଆଉ ସଫଳ ଜୀବନ ବିତାନ୍ତୁ।

🦋 ମଣିଷ ସଂସାର ରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲିଯାଇପାରେ କିନ୍ତୁ ତା କର୍ମ କୁ ଭୁଲେ ନାହିଁ,ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ,ଆପଣ ଜୀବିତ ଅବସ୍ଥାରେ ସମସ୍ତେ ଭଲ ପାଇବେ,ଆପଣ ସଂସାର ରୁ ଚାଲିଯିବା ପରେ ମଧ୍ୟ୍ୟ ମନେ ରଖିବେ।

🦋 ସତରେ ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ।କିଏ ଏଠି ଟଙ୍କାର ପାହାଡ଼ ଉପରେ ବସିଛି ତ କିଏ ଏଠି ଦିନ ରାତି ଖଟିକି ବି ନିଜର ଏବଂ ପରିବାରର ଅଭାବ ପୂରଣ କରିପାରୁନି।ସତରେ ଆଜି ପଇସାର ମୂଲ୍ୟ ଆଗରେ ସବୁ କିଛି ତୁଚ୍ଛ ହେଇଯାଇଛି।

🦋 ପରର ଦୁଃଖର ଆଖିରେ ସୁଖର ଲୁହ ଭରିବା ଆଉ ଖୁସିର ଅଧରରେ ହସର ମହୁ ଢାଳିବା ମହତ ଜନର ସୁଗୁଣ। ପରର ସଫଳତାର ପ୍ରଶଂସାରେ ଅହିଂସାର ତାଳିମାରିବା ଓ ଅସଫଳତାର ଅଧୈର୍ଯ୍ୟରେ ଉତ୍ସାହର ହାତ ଆଉଁସା ଦେବା ଆଦର୍ଶ ବ୍ୟକ୍ତିର ବ୍ୟକ୍ତିତ୍ୱର ପରିଚୟ।

ଅଦ୍ଯ କର୍କଟ ଦି୩୦ନ,ଚତୁର୍ଥୀ ଦ୩୮।୪୯ ରାଘ ୯।୨,ଉତ୍ତରଭାଦ୍ର ଦ୪୦।୪୦ ରାଘ୯।୪୬,ମୀନ ଚନ୍ଦ୍ର ଦ୬୦ ନିଶାନ୍ତ.
🪷🪷🪷🪷🪷🪷🪷🪷🪷🪷🪷🪷
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କର୍କଟ ଦ୫/୦୧/୦୦ ଇଂଘ ୫/୨୯/୪୭ ଗତେ ଉଦୟ
ମକର ଦ୪/୧୮/୪୦ ଇଂଘ ୬/୧୧/୧୭ ଗତେ ଅସ୍ତ ।
🪷🪷🪷🪷🪷🪷🪷🪷🪷🪷🪷🪷
ଯୋଗିନୀ ନୈଋତେ । ରାତ୍ରି ଘ୯।୨ ଗତେ ଦକ୍ଷିଣେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୯।୨ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର ।ମିଥୁନ ରାଶିର ଘାତବାର । ଦିବା ଘ୭।୫ ଗତେ ଘ୮।୪୦ ମଧ୍ୟେ କାଳବେଳା । ଘ୩।୦ ଗତେ ଘ୪।୩୫ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୫ ମଧ୍ୟେ କାଳରାତ୍ରି ।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ମୂଳକ (ମୂଳା) ଭକ୍ଷଣ ନିଷେଧ । ଅଦ୍ୟ ସ୍ଵାଧନତା ଦିବସ ।
🪷🪷🪷🪷🪷🪷🪷🪷🪷🪷🪷🪷
(ଅମୃତ) – ଦିବା ଘ୭।୬ ମଧ୍ୟେ ଘ୧୦।୧୮ ଗତେ ଘ୧୨।୪୨ ମଧ୍ୟେ ରାତ୍ରି ଘ୬।୫୮ ଗତେ ଘ୯।୨୨ ମଧ୍ୟେ ଘ୧୧।୪୬ ଗତେ ଘ୨।୫୮ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୩।୬ ଗତେ ଘ୪।୪୨ ମଧ୍ୟେ ।
🪷🪷🪷🪷🪷🪷🪷🪷🪷🪷🪷🪷

🌹ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

🌹ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଅଫିସରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରିୟବନ୍ଧୁ ସହ ଦେଖା ହେବ।

🌹ମିଥୁନ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବେପାରରେ ଲାଭ ପାଇବେ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ଜୀବନ ମଧୁର ହେବ।

🌹କର୍କଟ: ସବୁ କାମ ମନମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେବେ। କ୍ୟାରିୟରକୁ ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ।

🌹ସିଂହ: ପାରିବାରିକ କାମରେ ସମ୍ପର୍କୀୟଙ୍କ ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଘରକୁ ଆସିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜମି କିଣିବା ଲାଗି ଯୋଜନା କରିବେ।

🌹କନ୍ୟା: ଚାକିରିଆଙ୍କର ମନ ପସନ୍ଦ ବଦଳି ଜାଗାକୁ ହେବ। ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। ବେପାରରେ ଧନଲାଭର ଅବସର ପାଇବେ।

🌹ତୁଳା: ନିଜ ବେପାର ବଢ଼ାଇବା ପାଇଁ କୌଣସି ବଡ଼ କଂପାନି ସହ ଆଲୋଚନା କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଭଲ ରହିବ।

🌹ବିଛା: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

🌹ଧନୁ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ନୂଆ କାମରେ ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

🌹ମକର: ବେପାରରେ ଲାଭ ହେବ। ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାରିବାରିକ ଜୀବନ ସୁଖକର ହେବ।

🌹କୁମ୍ଭ: ଅଧିକ କ୍ରୋଧ କଲେ କାମରେ କ୍ଷତି ହୋଇପାରେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନେଲେ ଲାଭ ହେବ।

🌹ମୀନ: ଶିକ୍ଷାର୍ଥୀ ଅନ୍‌ଲାଇନ୍‌ କ୍ଲାସରେ କିଛି ନୂଆ ଶିଖିବାକୁ ପାଇବେ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ। ଗୃହିଣୀ ଘର କାମ ଶେଷ କରି ପରିବାର ଲୋକଙ୍କ ପ୍ରତି ଧ୍ୟାନ ଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking