30.1 C
Bhubaneswar
Monday, August 15, 2022
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

🦋”ଅନ୍ୟ ମାନଙ୍କୁ ଯନ୍ତ୍ରଣା ରୁ ମୁକ୍ତ କରିବାକୁ ଚେଷ୍ଟା କରନ୍ତୁ, ପରମାତ୍ମା ତୁମର ଯନ୍ତ୍ରଣା ଦୂର କରିଦେବେ !!”

🦋”ସମୟ ଏପରି ସ୍ଥିତି ରେ ଅଛି ଯେ, ହଠାତ କିଛି ବି ଘଟି ପାରେ | ତେଣୁ ଯଦି ନିଜ ଭାଗ୍ୟ ଉଜ୍ଜଳ କରିବାଜୁ ଚାହୁଁଛନ୍ତି, ତେବେ ପରମେଶ୍ୱର ଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ !!”

🦋”ପ୍ରଶଂସା କରିବା ଶିଖିଥିବା ବ୍ୟକ୍ତି ବହୁତ ଭାଗ୍ୟବାନ, କିନ୍ତୁ ଇର୍ଷା ଦ୍ୱାରା ନୁହେଁ ; ଅନ୍ୟ ମାନଙ୍କୁ ଇର୍ଷା କରିବା ଦ୍ୱାରା ନା ସେମାନଙ୍କର ଭାଗ୍ୟ ହ୍ରାସ ହୁଏ ନା ନିଜର ବୃଦ୍ଧି ହୁଏ !!”

🦋”ଯଦି କେହି ଆପଣଙ୍କୁ ସମର୍ଥନ କରୁନାହାନ୍ତି ତେବେ, ତେବେ ନିରାଶ ହୁଅନ୍ତୁ ନାହିଁ | କାରଣ ସମର୍ଥନ କରିବାରେ ପରମେଶ୍ୱର ଙ୍କ ଠାରୁ ବଡ ଆଉ କେହି ନାହିଁ !!”

🦋”ଆପଣ ଅନେକ ଜିନିଷ ରେ ସିଦ୍ଧ ହୋଇପାରନ୍ତି ନାହିଁ, କିନ୍ତୁ ତୁମ ବିନା ଅନେକ ଜିନିଷ ସିଦ୍ଧ ହୋଇ ପାରିବ ନାହିଁ !!”

🎪🛕ଆଜିର ମହତ ବାଣୀ 🛕🎪
🦋 ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା।ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜର ଭୁଲକୁ ଲୁଚେଇବା କୁ ଯାଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ।

🦋 ଲୋକ ଏଠି ନିଜକୁ ତୁଳସୀ ଆଉ ଅନ୍ୟଙ୍କୁ ବିଛୁଆତି ସାବ୍ୟସ୍ତ କରିବାକୁ ସର୍ବଦା ତତ୍ପର,ହେଲେ କିଏ କଣ ତାହାର ଉଚିତ୍ ପ୍ରମାଣ ତ କେବଳ ସମୟ ହିଁ ଦେଇପାରିବ।

🦋 ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁନୁ ଗୋଟିଏ ପଥର ଥରେ ମନ୍ଦିରକୁ ଗଲାପରେ ସେ ଭଗବାନ ହୋଇଯାଏ କିନ୍ତୁ ମଣିଷ ପ୍ରତିଦିନ ଯାଏ ତଥାପି ସେ ପଥର ହୋଇ ରହିଥାଏ ।

🦋 ଜୀବନରେ ସବୁ ସମୟରେ ଆମେ ଜୟ ଚାହିଁଥାଉ କେବଳ ଫୁଲଦୋକାନ ଏକମାତ୍ର ସ୍ଥାନ ଯେଉଁଠି ଆମେ ଯାଇ କହିଥାଉ ହାର ଦରକାର କାରଣ ଆମେ ଭଗବାନଙ୍କୁ କେବେ ଜୟ କରି ପାରିବୁ ନାହିଁ ।

ଅଦ୍ୟ ଅଗଷ୍ଟ ମାସ ୦୫ ତାରିଖ ୨୦୨୨ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଶ୍ରାବଣ-ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୦ ପର୍ଯ୍ୟନ୍ତ ତଦନ୍ତେ ନବମୀ
ନକ୍ଷତ୍ର- ସ୍ଵାତୀ ସନ୍ଧ୍ୟା ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ଶୁଭ
କରଣ – ବିଷ୍ଟି
ସୌରମାସ- କର୍କଟ ୨୦ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୨୦
*✧═════•❁❀
ଯୋଗିନୀ ଐଶାନ୍ୟେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୦୮/୪୦ ଗତେ ଘ୧୧/୫୨ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୨ ମଧ୍ୟେ ଓ ଘ୦୫/୫୦ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୬ ଗତେ ଘ୧୨/୦୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
✧═════•❁❀❁•═════✧
🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
✧═════•❁❀❁•═════✧
🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
✧═════•❁❀❁•═════✧
🌷କର୍କଟ🌷👉: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
✧═════•❁❀❁•═════✧
🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
✧═════•❁❀❁•═════✧
🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
✧═════•❁❀❁•═════✧
🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
✧═════•❁❀❁•═════✧
🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
✧═════•❁❀❁•═════✧
🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
✧═════•❁❀❁•═════✧
🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
✧═════•❁❀❁•═════✧
🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
✧═════•❁❀❁•═════✧
🌷ମୀନ🌷👉:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking