30.1 C
Bhubaneswar
Monday, August 15, 2022
Homeଓଡିଶା💝 ଆଜିର ଅନୁଚିନ୍ତା💝

💝 ଆଜିର ଅନୁଚିନ୍ତା💝

ନିଜ ଉପରେ ଯେତେବେଳେ ବିପଦ ଓ ଦୁଃଖ ଆସେ ସେତେବେଳେ ମୃଦୁ ଗୁଞ୍ଜରଣ ବା ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ । ଵିପଦ ଆପଣଙ୍କ ଇଛାଶକ୍ତି ବଢାଏ, ଆପଣଙ୍କ ସହନ ଶକ୍ତି ବର୍ଦ୍ଧନ କରେ ଓ ଆପଣଙ୍କ ମନକୁ ଭଗଵତ୍ ମୁଖୀ କରାଏ । ସ୍ମିତ ହାସ୍ୟ ସହ ସେଗୁଡିକର ସମ୍ମୁଖୀନ ହୁଅନ୍ତୁ । ଆପଣଙ୍କ ପ୍ରକୃତ ସାମର୍ଥ୍ୟ ଆପଣଙ୍କ ଦୁର୍ବଳତାରେ ଅଛି । ଗୋଟିଏ ପରେ ଆଉ ଗୋଟିଏ ବିପଦକୁ ଜୟ କରନ୍ତୁ । ଏହା ହେଉଛି ଏକ ନୂତନ ଆଧ୍ୟାତ୍ମିକ ଜୀବନ,ଏକ ସମ୍ପ୍ରସାରିତ ଗୌରବ ଓ ଦିବ୍ୟ ମହିମାମୟ ଜୀଵନର ହିଁ ପ୍ରାରମ୍ଭ।ସୁଷମ ଖାଇବା-ପିଇବା,ଥଣ୍ଡା ପରିବେଶରେ ରହିବା ଦ୍ବାରା ଚେହେରାରେ ତ ତେଜ ଆସିଥାଏ କିନ୍ତୁ ତାହାକୁ ଶାସ୍ତ୍ରୀୟ ତେଜ କୁହାଯାଇ ନ ପାରେ। ଶରୀରର ଦୀପ୍ତି ବା ତେଜ ସଦାଚରଣ, ସଂଯମ ଓ ସତକର୍ମରୁ ହିଁ ଆସିଥାଏ।ଯେତେବେଳେ ଆମ ବୁଦ୍ଧିରେ ଆଧ୍ଯାତ୍ମିକ ତେଜ ଆସିଯିବ ସେତେବେଳେ ବିକାର ମାନଙ୍କ ପ୍ରଭାବ କ୍ଷୀଣ ହୋଇଯିବ ତେଣୁ ବିକଶିତ ହୁଅନ୍ତୁ, ସହନଶୀଳ,ଧୈର୍ଯ୍ୟ ଓ ସାହସ ଆଦି ସମସ୍ତ ସକାରାତ୍ମକ ଗୁଣ ବର୍ଦ୍ଧନ କରି ଏକ ନବୀନ ଜୀଵନର ଅୟମାରମ୍ଭ କରନ୍ତୁ।

ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୨ ମସିହା(ବୁଧବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଶ୍ରାବଣ-ଶୁକ୍ଳପକ୍ଷ
ତିଥି- ପଞ୍ଚମୀ ପ୍ରାତଃ ଘ୦୫/୪୩ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ
ନକ୍ଷତ୍ର- ହସ୍ତା ରାତ୍ରି ଘ୦୭/୦୨ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା
ଚନ୍ଦ୍ର- କନ୍ୟା
ଯୋଗ- ସିଦ୍ଧି
କରଣ – ବାଳବ
ସୌରମାସ- କର୍କଟ ୧୮ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୦
*✧═════•❁❀
ଯୋଗିନୀ ପଶ୍ଚିମେ
ବୃଷ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା – ଦିବା ଘ ୦୮/୩୯ ଗତେ ଘ୧୦/୧୫ ମଧ୍ୟେ
ବାରବେଳା – ଦିବା ଘ ୧୧/୫୧ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୭/୦୩ ମଧ୍ୟେ ଓ ରାତ୍ରି ଘ୦୭/୦୬ ଗତେ ଘ୦୯/୩୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୩/୫୨ ଗତେ ଘ୦୫/୨୭ ମଧ୍ୟେ ରାତ୍ରି ଘ୦୯/୩୬ ଗତେ ଘ୧୧/୦୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═══*
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
✧═════•❁❀❁•═════✧

🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
✧═════•❁❀❁•═════✧

🍁ମିଥୁନ🍁👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।

✧═════•❁❀❁•═════✧
🍁କର୍କଟ🍁👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

✧═════•❁❀❁•═════✧
🍁ସିଂହ🍁👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
✧═════•❁❀❁•═════✧

🍁କନ୍ୟା🍁👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।

✧═════•❁❀❁•═════✧
🍁ତୁଳା🍁👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
✧═════•❁❀❁•═════✧

🍁ବିଛା🍁👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
✧═════•❁❀❁•═════✧

🍁ଧନୁ🍁👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
✧═════•❁❀❁•═════✧

🍁ମକର🍁👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
✧═════•❁❀❁•═════✧

🍁କୁମ୍ଭ🍁👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

✧═════•❁❀❁•═════✧
*🍁ମୀନ 🍁👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking