30.1 C
Bhubaneswar
Tuesday, June 28, 2022
Homeଓଡିଶା🎪🛕ଆଜିର ଅନୁଚିନ୍ତା🛕🎪

🎪🛕ଆଜିର ଅନୁଚିନ୍ତା🛕🎪

🦋କେହି ଯଦି ଜଣେ ତୁମକୁ ଭଲ ନ କୁହନ୍ତି ସେଥିରେ କିଛି ଚିନ୍ତା କରନି
କାରଣ
ଜଣେ ଲୋକ ସମସ୍ତଙ୍କ ନଜରରେ ଭଲ ହୋଇପାରେ ନାହିଁ ।

🦋ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ତାଙ୍କୁ ଜବାବ୍ ଦିଅନ୍ତୁ ନାହଁ ।

🦋ଖୁସି ରହିବାର ପ୍ରଥମ ଉପାୟ ପୁରୁଣା କଥା…….
” କିମ୍ବା ”
ବିତିଯାଇଥିବା ଦୁଃଖଭରା ଅତୀତକୁ ମନେ ପକାନ୍ତୁ ନାହିଁ କି ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ……..।

🦋ଝିଅଟିଏ ପରିବାରର ବୋଝ ନୁହେଁ, ବଂଶର ଆଲୋକ ।

🦋ଡର ଠାରୁ କୌଣସି ବଡ Virus ନାହିଁ
ଆଉ ସାହସ ଠାରୁ କୌଣସି ବଡ Vaccine ନାହିଁ ।

ମହାବୀର ପଞ୍ଚାଙ୍ଗ 🌹
🌹୨୪-୬-୨୦୨୨((ଶୁକ୍ରବାର))🌹
🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ମିଥୁନ ଦି୧୦ନ ,ଏକାଦଶୀ ଦ୪୫।୧୩ ରାଘ୧୧।୧୮,ଅଶ୍ବିନୀ ଦ୯।୪ ଦିଘ ୧୨।୫୧,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ.
🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୧/୨୦/୧୦ ଇଂଘ ୫/୧୨/୩୬ ଗତେ ଉଦୟ
ଧନୁ ଦ୧/୨୧/୨୦ ଇଂଘ ୬/୨୪/୦୪ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଅଗ୍ନିକୋଣେ । ରାତ୍ରି ଘ୧୧।୧୮ ଗତେ ନୈଋତେ | ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ତୈଳରନ୍ଧନ, ନାମକରଣ ଓ ଦୀକ୍ଷାଗ୍ରହଣ, ଔଷଧକରଣ ଓ ଭକ୍ଷଣ । ଗତ ଦିବସ ନକ୍ଷତ ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୫୧ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ଵାତୀ ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୩୦ ଗତେ ଘ୧୧।୪୮ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୬ ଗତେ ଘ୧୦।୨୭ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୧୧।୧୮ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୨।୫୧ ଗତେ ଦଶମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତବସ୍ତ୍ର ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ । ଅଦ୍ୟ ଖଳିଲାଗି ଏକାଦଶୀ । ହଳ ନିଷେଧ । ଶ୍ରୀ ଜୀଉମାନଙ୍କର ଖଳିଲାଗି ବିଧି ।
🌺🌺🌺🌺🌺🌺🌺🌺🌺🌺
(ଅମୃତ)- ଦିବା ଘ୧୧।୩୭ ଗତେ ଘ୨।୧ ମଧ୍ୟେ ରାତ୍ରି ଘ୮।୪୯ ମଧ୍ୟେ ଘ୧।୩୬ ଗତେ ଘ୪।୧ ମଧ୍ୟେ ଘ୪।୪୯ ଗତେ ଘ୫।୧୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୬।୧ ଗତେ ଘ୬।୪୯ ମଧ୍ୟେ ଘ୯।୧୩ ଗତେ ଘ୧୦।୧ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺

🌹ମେଷ :ଆଜି ମାନସିକ ଯନ୍ତ୍ରଣା କାରଣରୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବେ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।

🌹ବୃଷ:ଆଜି କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।

🌹ମିଥୁନ:ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।

🌹କର୍କଟ:ଆଜି ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

🌹ସିଂହ:ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।

🌹କନ୍ୟା :ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।

🌹ତୁଳା :ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

🌹ବିଛା:ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।

🌹ଧନୁ: କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।

🌹ମକର:ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।

🌹କୁମ୍ଭ:ଆଜି ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।

🌹ମୀନ:ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking