🎪🛕ଆଜିର ଅନୁଚିନ୍ତା🛕🎪

🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ
ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ
ଠିକ୍ ସେମିତି ଦୁଖଃ ସମୟରେ
ଅତି ଆପଣାର ଭାବୁଥିବା ଲୋକ ମଧ୍ୟ
ଏଠି ଠିକଣା ବଦଳାଇ ଦିଅନ୍ତି ।

🦋ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଁ ଥାଏ ।

🦋ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ?

🦋ପରିଶ୍ରମ ସିଡି ପରି ହୋଇଥାଏ
ଆଉ ଭାଗ୍ୟ Lift ପରି
Lift ଯେ କୌଣସି ସମୟରେ ବନ୍ଦ
ହୋଇଯାଇପାରେ କିନ୍ତୁ ସିଡି
ସବୁବେଳେ ଉପରକୁ ହିଁ ଉଠିଥାଏ ।

ନୀତି ଶୋଇବା ପୂର୍ବରୁ ଗୁଡ ଖାଇ ସାରିଲାପରେ ଗରମ ପାଣି ପିଇ ନିୟନ୍ତୁ, ପୁଣି ଦେଖନ୍ତୁ ଚମତ୍କାର👌
ଆମ ଦେଶ ଭାରତରେ ପ୍ରାୟ ଲୋକ ଅଛନ୍ତି ଯେଉଁମାନେ କି ଖାଦ୍ୟ ଖାଇସାରିବା ପରେ ମିଠା ଖାଇଥାନ୍ତି। କିନ୍ତୁ ଆଜିକାଲି ବଢୁଥିବା ଶାରୀରିକ ପ୍ରବ୍ଲେମ ଯୋଗୁଁ ଅଧିକାଂଶ ଲୋକ ମିଠା ଖାଇବା ପସନ୍ଦ କରନ୍ତିନି। ଯେଉଁ ଲୋକମାନଙ୍କୁ ଡାଇବିଟିସ ର ସମସ୍ୟା ଅଛି ସେମାନେ ମିଠା ଖାଇବା ବିଲକୁଲ ମନା ହୋଇଥାଏ। କିନ୍ତୁ ଏମିତି ଲୋକ ଗୁଡ ସେବନ କରିପାରନ୍ତି।

ଯାଦ୍ୱାରା ଶରୀର ସୁସ୍ଥ ରହିବ ଏବଂ ମିଠା ଖାଇବାର ଇଚ୍ଛା ପୂର୍ଣ ହୋଇଯିବ। ଆଜି ଆମେ ଆପଣଙ୍କୁ ଗୁଡ ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ଗୋଡ ଖାଇକରି ଗରମ ପାଣି ପିଇବା ଦ୍ୱାରା ମୂଳରୁ ସଫା ହୋଇଯାଇଥାଏ ୩ ଟି ଗମ୍ଭୀର ବିମାରି।

1. ଶୋଇବା ପୂର୍ବରୁ ଗୁଡ ଖାଇବା ପରେ ଗରମ ପାଣି ପିଇବା ଦ୍ୱାରା ଶରୀରକୁ ବହୁତ ଫାଇଦା ମିଳିଥାଏ। କାରଣ ଗୁଡ ରେ Antioxidant ଏବଂ ମିନେରଲସ ରହିଥାଏ। ଯାହା କି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗୁଡ ପ୍ରତିଦିନ ସେବନ କରିବାଦ୍ୱାରା ଥଣ୍ଡା, ଖାସ ପରି ବିମାରି ଅପନଙ୍କୁ କେବେ ଛୁଇଁ ପାରିବ ନାହିଁ।

2. ଗୁଡ ଖାଇବା ଦ୍ୱାରା ପାଚନ କ୍ରିୟା ଠିକ ଭାବରେ କାମ କରିଥାଏ। ୟା ଦ୍ୱାରା ଖାଇବା ସହଜରେ ପାଚିଯାଇଥାଏ ଏବଂ ପେଟରେ ଗ୍ୟାସ ବନିବା ର ସମସ୍ୟା ଦୂର ହୋଇଯାଇଥାଏ। ଏମିତିରେ ରାତିରେ ଶୋଇବା ପୂର୍ବରୁ 1ଗ୍ଲାସ ଗରମ ପାଣି ରେ ଅଳ୍ପ ଗୁଡ ମିଶେଇ ପିନିଅନ୍ତୁ।

3. ଯଦି ଆପଣ ଚମକଦାର ସ୍କିନ ଚାହୁଁଛନ୍ତି, ତେବେ ଆପଣ ବି ଲଗାତାର କିଛି ଦିନ ରାତିରେ ଶୋଇବା ପୂର୍ବରୁ ଗୁଡ ଖାଇନିଅନ୍ତୁ, ପୁଣି ଦେଖନ୍ତୁ ଆପଣଙ୍କ ତ୍ୱଚା ରୋଗ କେମିତି ଦୂର ହୋଇଯାଉଛି। ଗୁଡ ଦେହରୁ Toxin କୁ ବାହାର କରିଦିଏ। ଜା ଦ୍ୱାରା ସ୍କିନ ଚମକଦାର ଦେଖାଯାଇଥାଏ। ସ୍କିନ ରିଲେଟେଡ଼ ପ୍ରବ୍ଲେମ ବି ଦୂର ହୋଇଯାଇଥାଏ।

ମହାବୀର ପଞ୍ଚାଙ୍ଗ🌹
🌹୨୩-୧୧-୨୦୨୧((ମଙ୍ଗଳବାର))🌹
🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ବିଛା ଦି୮ନ,ଚତୁର୍ଥୀ ଦ୪୬।୩୫ ରାଘ ୧୨।୪୨, ଆଦ୍ରା ଦ୨୦।୨୭ ଦିଘ ୨।୧୫ ମିଥୁନ ଚନ୍ଦ୍ର ଦ୬୦ ନିଶାନ୍ତ
🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
ବିଛା ଦ୧/ ୧୨/୨୦ ଇଂଘ ୬/୦୩/୩୬ ଗତେ ଉଦୟ
ବୃଷ ଦ୧/୦୪/୪୦ ଇଂଘ ୫/୦୨/୪୦ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ନୈରୃତେ । ରାତ୍ରି ଘ୧୨।୪୨ ଗତେ ଦକ୍ଷିଣେ ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୨।୧୫ ଗତେ ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆଦ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଦିବା ଘ୭।୨୭ ଗତେ ଘ୮।୫୦ ମଧ୍ୟେ ବାରବେଳା । ଘ୧୨।୫୪ ଗତେ ଘ୨।୧୭ ମଧ୍ୟେ କାଳବେଳା । ରାତ୍ରି ପ୬।୪୦ ଗତେ ଘ୮।୧୨ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୨।୧୫ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନ ଦିବା ଘ ୨।୧୫ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୁଳଟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳକ (ମୂଳା) ରାତ୍ରି ଘ୧୨।୪୨ ଗତେ ଶ୍ରୀଫଳ(ବେଲ) ଭକ୍ଷଣ ନିଷେଧ ।
🌺🌺🌺🌺🌺🌺🌺🌺🌺🌺
(ଅମୃତ) ଦିବା ଘ୬।୫୧ ମଧ୍ୟେ ଘ୭।୩୯ ଗତେ ଘ୧୧।୩୯ ମଧ୍ୟେ ରାତ୍ରି ଘ୭।୨୬ ଗତେ ଘ୮।୧୪ ମଧ୍ୟେ ଘ୯।୨ ଗତେ ଘ୧୧।୨୬ ମଧ୍ୟେ ଘ୧।୨ ଗତେ ଘ ୨।୩୮ ମଧ୍ୟେ ଘ୪।୧୪ ଗତେ ଘ୫।୨ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୭।୨୬ ମଧ୍ୟେ ।

 

🌹ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।*

🌹ବୃଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

🌹ମିଥୁନ: ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

🌹କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

🌹ସି˚ହ: ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

🌹କନ୍ୟା: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

🌹ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

🌹ବିଛା: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।

🌹ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

🌹ମକର: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

🌹କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

🌹ମୀନ: ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here