ଆଜିର ଅନୁଚିନ୍ତା🛕🎪

➡️ନିଜ ଉପରେ ବିପଦ ପଡିଲେ ହେ ଭଗବାନ୍ କାଇଁ ଏତେ କଷ୍ଟ ଦଉଚ ଅନ୍ୟ ଉପରେ ବିପଦ ପଡିଲେ କହିବ ହେ କର୍ମର ଫଳ ମଣିଷ ଚିନ୍ତା ଧାରା ଏମିତି ।
➡️ବନ୍ଧୁ ସେ ନୁହଁ ଯେ ତୁମକୁ ପ୍ରତେକ କଥାରେ ତୁମକୁ ବିନା କାରଣରେ ବିରୋଧ ଓ ସମାଲୋଚନା କରିବ,ପ୍ରକୃତ ବନ୍ଧୁ ସେ ଯେ ତୁମ ନିରବତା ର ଶବ୍ଦକୁ ଅନୁଭବ କରି ପାରିବ…

➡️‪କଦାପି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାରଣ ମାଲିକ୍ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି ।

➡️ଜୀବନରେ ନେଉଥିବା ନିଷ୍ପତି ଆମ ନିଜସ୍ବ ହୋଇଥାଇପାରେ କିନ୍ତୁ କିଛି ନିଷ୍ପତି ସମୟ ବି ନେଇଥାଏ… !

➡️ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢିବାକୁ ହୁଏ ::ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ ll

➡️ମିଥ୍ୟାରୋପ ଶୁଣିବା କଷ୍ଟଦାୟକ ତ ନିଶ୍ଚୟ କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧୌର୍ଯ୍ୟର ସହ ଅପେକ୍ଷା କରିବା ଉଚିତ୍,ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର… !!

➡️ସମସ୍ତ ଜୀବର ଜନ୍ମ ଏବଂ ମୃତ୍ୟୁ ର ସମୟ ପୂର୍ବରୁ ନିର୍ଦ୍ଧାରିତ, ତେଣୁ ଏହି ସ୍ବଳ୍ପ ଜୀବନ କାଳ ମଧ୍ୟରେ କେବଳ ଧର୍ମ ସମ୍ମତ, ସର୍ବ ହିତକାରକ କାର୍ଯ୍ୟ କରିଯିବା ବୁଦ୍ଧିମାନର କାମ।

➡️ସାଂସାରୀ ଜୀବ ଚାହେଁ ଯେ ତାକୁ ଧନ, ଜନ, ରାଜପାଟ ସବୁକିଛି ପ୍ରାପ୍ତ ହେଉ କିନ୍ତୁ ବିନା ପରିଶ୍ରମରେ ଏବଂ ବିନା ପ୍ରଚେଷ୍ଟାରେ ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ।

ଅଦ୍ୟ ଅକ୍ଟୋବର ମାସ ୧୮ ତାରିଖ ୨୦୨୧ ମସିହା(ସୋମବାର)

ଶକାବ୍ଦ -୧୯୪୩

ସମ୍ବତ -୨୦୭୮

ସାଲ-୧୪୨୯

ସମ୍ବତ୍ସର-ରାକ୍ଷସ

ଆଶ୍ଵିନ୍ୟ – ଶୁକ୍ଳପକ୍ଷ

ତିଥି- ତ୍ରୟୋଦଶୀ ସଂ ଘ ୦୬/୧୩ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ

ନକ୍ଷତ୍ର- ପୂର୍ବ ଭାଦ୍ର ଦିବା ଘ ୧୧/୩୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର

ଚନ୍ଦ୍ର- ମୀନ

ଯୋଗ- ଧୃବ

କରଣ – କୌଳବ

ସୌରମାସ- ତୁଳା ୦୨ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୦୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୦୧

*✧═════•❁❀

ଯୋଗିନୀ ଦକ୍ଷିଣେ ସ ଘ ୦୬/୧୩ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ

ମିଥୁନ ରାଶିର ଘାତବାର

ଧନୁ ରାଶିର ଘାତଚନ୍ଦ୍ର

ତ୍ରୟୋଦଶି ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳ। -ଦିବା ଘ୦୭/୧୩ ଗତେ ଘ୦୮/୪୧ ମଧ୍ୟେ

ବାରବେଳ।- ଦିବା ଘ ୦୨/୨୫ ଗତେ ଘ୦୩/୫୧ ମଧ୍ୟେ

══•❁❀❁•═══

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୨ ମଧ୍ୟେ ଓ ଘ୦୮/୫୮ ଗତେ ଘ୧୨/୨୨ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧══•❁❀❁•═════✧

ଅଦ୍ୟ ବାଇଗଣ ସ ଘ୦୬/୧୩ ଗତେ ବିରି ଭକ୍ଷଣ ନିଷେଧ

꧁ ଆଜିର ରାଶିଫଳ꧂🌹🌼

✧═════•❁❀❁•═════✧

🌹👉ମେଷ

ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

✧═════•❁❀❁•═════✧

🌹👉ବୃଷ

ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।

✧═════•❁❀❁•═════✧

🌹👉ମିଥୁନ

ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

✧═════•❁❀❁•═════✧

🌹👉କର୍କଟ

ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।

✧═════•❁❀❁•═════✧

🌹👉ସିଂହ

ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।

✧═════•❁❀❁•═════✧

🌹👉କନ୍ୟା

ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ।

✧═════•❁❀❁•═════✧

🌹👉ତୁଳା

ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

✧═════•❁❀❁•═════✧

🌹👉ବିଛା

ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

✧═════•❁❀❁•═════✧

🌹👉ଧନୁ

ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।

✧═════•❁❀❁•═════✧

🌹👉ମକର

ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।

✧═════•❁❀❁•═════✧

🌹👉କୁମ୍ଭ

ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

✧═════•❁❀❁•═════✧

🌹👉ମୀନ

ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here