🎪🛕ଆଜିର ଅନୁଚିନ୍ତା🛕🎪

🦋ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା, ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ ।

🦋ସର୍ବଦା ଧୀରେ କୁହନ୍ତୁ : ଶାନ୍ତି ମିଳିବ
ନିଜଠାରୁ ଅହଂଭାବ ଛାଡନ୍ତୁ : ସମ୍ମାନ ମିଳିବ
ସର୍ବଦା ଭକ୍ତି କରନ୍ତୁ : ମୁକ୍ତି ମିଳିବ
ସଠିକ୍ ବିଚାର କରନ୍ତୁ : ଉଚ୍ଚ ଆସନ ମିଳିବ
ଲୋକଙ୍କ ସେବା କରନ୍ତୁ : ଯଶ ମିଳିବ

🦋କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ ।

🦋ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ।

🦋ଜୀବନରେ ଦୁଃଖ କଷ୍ଟ ଆସିବା
Part of Life ଅଟେ…
ଆଉ ସେଥିରୁ ହସିକି ବାହାରି ଆସିବା
Art of Life ଅଟେ…

ଅଦ୍ୟ ସେପ୍ଟେମ୍ବର ମାସ ୨୩ ତାରିଖ ୨୦୨୧ ମସିହା(ଗୁରୁବାର)*

ଶକାବ୍ଦ -୧୯୪୩

ସମ୍ବତ -୨୦୭୮

ସାଲ-୧୪୨୯

ସମ୍ବତ୍ସର-ରାକ୍ଷସ

ଆସ-ଶୁକ୍ଳପକ୍ଷ

ତିଥି- ଦ୍ଵିତୀୟା ପ୍ରାତଃ ଘ ୦୭/୦୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା

ନକ୍ଷତ୍ର- ରେବତୀ ପ୍ରାତଃ ଘ ୦୭/୩୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ

ଚନ୍ଦ୍ର- ମୀନ ପ୍ରାତଃ ଘ ୦୭/୩୪ ପର୍ଯ୍ୟନ୍ତ ତଦନ୍ତେ ମେଷ

ଯୋଗ-ଧୃବ

କରଣ – ଗର

ସ ମାସ- କନ୍ୟା ୦୭ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୨୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୮

*✧═════•❁❀

ଯୋଗିନୀ ଉତ୍ତରେ ପ୍ରାତଃ ଘ ୦୭/୦୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ

ମେଷ ରାଶିର ଘାତଚନ୍ଦ୍ର

ତୁଳା ଓ କୁମ୍ଭ ରାଶିର ଘାତବାର

ତୃତୀୟାର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ

✧═════•❁❀❁•═══

କାଳବେଳ। ଓ ବାରବେଳ।- ଦିବା ଘ ୦୨/୪୦ ଗତେ ଘ୦୫/୪୧ ମଧ୍ୟେ

══•❁❀❁•═══

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୮ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୩୯ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧══•❁❀❁•═════✧

ଅଦ୍ୟ ବୋଇତିକଖାରୁ ଦିବା ଘ୦୭/୦୨ ଗତେ ପୋଟଳ ଭକ୍ଷଣ ନିଷେଧ

ଆଜିର ରାଶିଫଳ꧂🌹🌼*

✧═════•❁❀❁•═════✧

🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ।

 

🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

 

🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

 

🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।

 

🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।

 

🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।

 

🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

 

🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।

 

🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

 

🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

 

🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

 

🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here