🔶️🔷️ଆଜିର ଅନୁଚିନ୍ତା🔷️🔶️

⚜ ବେଶି ଧନ ହେଲେ ଧନୀ ସିନା ହେବ

ଚୋରକୁ ସର୍ବଦା ଭୟ,
ଯାଇ ପାରିବୁନି ଘରକୁ ଛାଡ଼ି ତୁ
ଡାକିଲେ ବି ସମ୍ପର୍କୀୟ।
⚜ଖୁସି ଅଳ୍ପ ସମୟ ପାଇଁ ଧୈର୍ଯ୍ୟ ଦେଇ ଥାଏ କିନ୍ତୁ ଧୈର୍ଯ୍ୟ ସବୁଦିନ ପାଇଁ ଖୁସି ଦେଇ ଥାଏ ଏଥିପାଇଁ ଯେତେବେଳେ ବି ଆପଣଙ୍କର ସମୟ ଖରାପ ହେବ ସେତେବେଳେ ଟିକେ ହସନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ଆଉ ସମୟକୁ ତାର କାମ କରିବା ପାଇଁ ଦିଅନ୍ତୁ।

⚜ସମସ୍ତେ କହନ୍ତି
ମୁଁ ସୁନ୍ଦର ଚେହେରା ଖୋଜେ ନାହିଁ ସୁନ୍ଦର ମନ ଖୋଜେ ଅସଲ କଥାଟି ହେଲା
ସମସ୍ତେ ପ୍ରଥମେ ସୁନ୍ଦର ଚେହେରା ହିଁ ଖୋଜନ୍ତି ।

⚜କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ,
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।

⚜ସକଳ ତୀର୍ଥ ତୋ ଚରଣେ
ବଦ୍ରିକା ଯିବି କି କାରଣେ ।

ଅଦ୍ୟ ଅଗଷ୍ଟ ମାସ ୩୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)*

ଶକାବ୍ଦ -୧୯୪୩

ସମ୍ବତ -୨୦୭୮

ସାଲ-୧୪୨୮

ସମ୍ବତ୍ସର-ରାକ୍ଷସ

ଭାଦ୍ରମାସ-କୃଷ୍ଣପକ୍ଷ

ତିଥି-ନବମୀ ରାତ୍ରି ଘ୦୪/୧୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ

ନକ୍ଷତ୍ର- ରୋହିଣୀ ଦିବା ଘ୧୦/୧୫ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା

ଚନ୍ଦ୍ର- ବୃଷ ରାତ୍ରି ଘ୧୧/୪୮ ପର୍ଯ୍ୟନ୍ତ ତଦନ୍ତେ ମିଥୁନ

ଯୋଗ-ହର୍ଷଣ

କରଣ – ତୈତି ଳ

ସୌରମାସ-ସିଂହ ୧୫ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୧୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୪୮

*✧═════•❁❀

ଯୋଗିନୀ ପୂର୍ବେ ରାତ୍ରି ଘ୦୪/୧୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ

ବିଛା ରାଶିର ଘାତଚନ୍ଦ୍ର

ମକର ରାଶିର ଘାତବାର

ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳ। – ଦିବା ଘ୦୭/୦୮ ଗତେ ଘ୦୮/୪୧ ମଧ୍ୟେ

ବାରବେଳ।- ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ

══•❁❀❁•═══

ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୮/୪୨ ଗତେ ଘ୧୦/୨୨ ମଧ୍ୟେ ଓ ଘ୦୩/୧୧ ଗତେ ଘ୦୪/୪୬ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧══•❁❀❁•═════✧

ଅଦ୍ୟ ଲାଉ ରାତ୍ରି ଘ ୦୪/୧୧ ଗତେ କଳମ ଶାଗ ଭକ୍ଷଣ ନିଷେଧ

꧁ ଆଜିର ରାଶିଫଳ꧂🌹🌼*

✧═════•❁❀❁•═════✧

ମେଷ👉 : *ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।

✧═════•❁❀❁•═════✧

ବୃଷ:👉ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।

✧═════•❁❀❁•═════✧

ମିଥୁନ:👉 ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

✧═════•❁❀❁•═════✧

କର୍କଟ: 👉ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।

✧═════•❁❀❁•═════✧

ସି˚ହ:👉 ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

✧═════•❁❀❁•═════✧

କନ୍ୟା: 👉ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

✧═════•❁❀❁•═════✧

ତୁଳା:👉 ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।

✧═════•❁❀❁•═════✧

ବିଛା:👉 କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।

✧═════•❁❀❁•═════✧

ଧନୁ:👉 ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

✧═════•❁❀❁•═════✧

ମକର:👉 ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।

✧═════•❁❀❁•═════✧

କୁମ୍ଭ:👉ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

✧═════•❁❀❁•═════✧

ମୀନ:👉ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ

LEAVE A REPLY

Please enter your comment!
Please enter your name here