26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମାନ୍ୟବର ସାଂସଦ ଏବଂ ଓଡିଶା-ମୋ ପରିବାରର ସହାୟତାରେ ଓଡିଶା ଫେରିଲେ ଅଜୟ

ମାନ୍ୟବର ସାଂସଦ ଏବଂ ଓଡିଶା-ମୋ ପରିବାରର ସହାୟତାରେ ଓଡିଶା ଫେରିଲେ ଅଜୟ

ଭୁବନେଶ୍ବର(28-11-2020)-ଓଡିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଞ୍ଝାରପୁର ଅଂଚଳର ଶ୍ରୀ ଅଜୟ କୁମାର ମଲ୍ଲିକ କତାରରେ କାର୍ଯ୍ୟରତ ଥିଲେ । ଗତ ବର୍ଷ ନଭେମ୍ବର ମାସରେ ସେ ମସ୍ତିଷ୍କ ଆଘାତର ଶିକାର ହୋଇଥିଲେ । ଏହି ଦୁଃଖଦ ଘଟଣା ସମ୍ପର୍କରେ ଓଡିଶା-ମୋ ପରିବାରକୁ ଓଡିଆ ମହାମଞ୍ଚ ମୁଖ୍ୟ ଶ୍ରୀ ଗୋବର୍ଧନ ଧଳ ଏବଂ ମନୋଜ ନାୟକ ଜଣାଇଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ମାନ୍ୟବର ସାଂସଦ ଶ୍ରୀମତୀ ସର୍ମିଷ୍ଠା ସେଠୀ ଏବଂ ଓଡିଶା-ମୋ ପରିବାର ତରଫରୁ ଉଦ୍ୟମ କରି ତାଙ୍କୁ ଓଡିଶା ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ କରୋନା ମହାମାରୀର ସଟ୍ ଡାଉନ ପରିସ୍ଥିତି ଆରମ୍ଭ ହୋଇଥିଲା, ତେଣୁ ତାଙ୍କୁ ଓଡିଶା ଫେରାଇ ଆଣିବା ସମ୍ଭବପର ହୋଇ ପାରିନଥିଲା । କିଛି ଦିନ ପୂର୍ବରୁ ଶ୍ରୀ ଅଜୟ କୁମାର ମଲ୍ଲିକଙ୍କ ଚେତା ଫେରିବା ସହ ସେ ଏବେ କାହକୁ ଚିହ୍ନିବା ତଥା କଥା କହିପାରିବାରେ ଅକ୍ଷମ ବୋଲି ଓଡିଶା-ମୋ ପରିବାରକୁ ଜଣା ପଡିଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାନ୍ୟବର ସାଂସଦ, ଓଡିଶା-ମୋ ପରିବାର ଏବଂ ଓଡିଆ ମହାମଞ୍ଚର ମିଳିତ ଉଦ୍ୟମରେ ଶ୍ରୀ ମଲ୍ଲିକ ଆଜି ସକାଳ 8.55ରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ଏବେଠାରୁ ତାଙ୍କର ଚିକିସ୍ଥା କଟକ ଏସସିବି ମେଡିକାଲ କଲେଜରେ କରାଯିବ, ଯାହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମାନ୍ୟବର ସାଂସଦଙ୍କ ତରଫରୁ ପ୍ରକାଶିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking