38.8 C
Bhubaneswar
Friday, April 19, 2024
HomeUncategorizedଅଗଷ୍ଟ କ୍ରାନ୍ତି ଦିବସକୁ ଏଆଇଟିୟୁସି ପକ୍ଷରୁ ଭାରତ ବଞ୍ଚାଅ ଦିବସ ପାଳିତ

ଅଗଷ୍ଟ କ୍ରାନ୍ତି ଦିବସକୁ ଏଆଇଟିୟୁସି ପକ୍ଷରୁ ଭାରତ ବଞ୍ଚାଅ ଦିବସ ପାଳିତ

ଭୁବନେଶ୍ୱର, –ଆଜି ଐତିହାସିକ ଅଗଷ୍ଟ କ୍ରାନ୍ତି ଦିବସକୁ ଏଆଇଟିୟୁସି ପକ୍ଷରୁ ଭାରତ ବଞ୍ଚାଅ ଦିବସ ରୂପେ ପାଳନ କରାଯାଇଛି । ଏଆଇଟିୟୁସି ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ମୋଦି ସରକାରଙ୍କ ଶ୍ରମିକ ବିରୋଧୀ, ଜନ ବିରୋଧୀ, ଦେଶ ବିରୋଧୀ ନୀତିର ପ୍ରତିବାଦରେ ପାଳିତ ହୋଇଥିବା ଏହି ଭାରତ ବଞ୍ଚାଅ ଦିବସର ଅଂଶ ସ୍ୱରୂପ ଆଜି ଭୁବନେଶ୍ୱରସ୍ଥିତ ଅଶୋକନଗର ଭଗବତୀ ଭବନଠାରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ, ଆତ୍ମ ନିର୍ଭର ଭାରତର ସ୍ଲୋଗାନ ମଧ୍ୟରେ ବିଦେଶୀ ବହୁଜାତୀୟ କମ୍ପାନୀ ପାଖରେ ଆତ୍ମସମର୍ପଣ, ପ୍ରତିରକ୍ଷା, ରେଲୱେ, ବ୍ୟାଙ୍କ, ବୀମା ସମେତ ଅନ୍ୟାନ୍ୟ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ନିଷ୍ପତ୍ତିର ତୀବ୍ର ବିରୋଧ କରାଯାଇଥିଲା । ମୋଦି ସରକାର କର୍ମବର୍ଦ୍ଧିଷ୍ଣୁ ବେକାରୀ ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିହିତ କରି ସରକାର ଅବିଳମ୍ବେ ଲକ୍‌ଡାଉନ, ସଟ୍‌ଡାଉନ ସମୟରେ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁର୍ନବାହାଲ, ସମସ୍ତ ଶ୍ରମିକଙ୍କୁ ମଜୁରି, ସମସ୍ତଙ୍କୁ ମାସିକ ୭,୫୦୦ ଟଙ୍କାର ସହାୟତା ଓ ଅତି କମ୍‌ରେ ୫ ମାସ ପାଇଁ ୧୦ କିଲୋ ଖାଦ୍ୟଶସ୍ୟ ଯୋଗାଇଦେବାକୁ ଦାବି କରାଯାଇଛି । ସରକାର ଅସଂଗଠିତ ଶ୍ରମିକ, ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ ଦେଶରେ ବନ୍ଦ ହୋଇ ପଡ଼ିରହିଥିବା ସମସ୍ତ କଳକାରଖାନାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ଉପସଭାପତି ନାରାୟଣ ରେଡି, ଉପ ସମ୍ପାଦକ ବିଜୟ ଜେନା, ସୁର ଜେନା, କୈଳାସ ପୁହାଣ, ରୀତା ସେଠୀ, ପବିତ୍ର ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ । ନୀଳକଣ୍ଠନଗରଠାରେ ସାଗରିକା ଦାସ, ବାସନ୍ତୀ ପ୍ରଧାନ, ପାର୍ବତୀ ଲାଙ୍ଗୁରି, ସତ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆଶାନେତ୍ରୀ ମମତା ରାଉତ, ବେଣୁପୁରଠାରେ ଆଶା ନେତ୍ରୀ ନମିତା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking