28.9 C
Bhubaneswar
Wednesday, April 17, 2024
Homeଅପରାଧଏୟାର ହୋଷ୍ଟେସଙ୍କ ମୃତଦେହ ଉଦ୍ଧାର

ଏୟାର ହୋଷ୍ଟେସଙ୍କ ମୃତଦେହ ଉଦ୍ଧାର

ଗୁରୁଗ୍ରାମ: ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜେଟ ଏୟାରୱେଜରେ ଏୟାର ହୋଷ୍ଟେସରେ କାମ କରୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ମିଷ୍ଠୁ ସରକାର । ତାଙ୍କ ଘର ପଶ୍ଚିମବଙ୍ଗ ସିଲିଗୁରିରେ ବୋଲି ଜଣାପଡିଛି । ତେବେ ଉକ୍ତ ଯୁବତୀ ଜଣକ ଗୁରୁଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ପେଇଙ୍ଗ ଗେଷ୍ଟ ଭାବେ ରହୁଥିଲେ । ତେବେ ଆଜି ସକାଳୁ ମିଷ୍ଠୁଙ୍କୁ ୁତାଙ୍କ କୋଠରୀରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଆଜିର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମିଷ୍ଠୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ମିଷ୍ଠୁଙ୍କ ପିତା କହିବା ଅନୁସାରେ, ପେଇଙ୍ଗ ଗେଷ୍ଟ ଭାବେ ରହୁଥିବା ଘରର ମାଲିକଙ୍କ ହାତ ରହିଥିବା ନେଇ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଘର ମାଲିକ ମିଷ୍ଠୁଙ୍କୁ ନାନା ଭାବେ ହଇରାଣ ହରକତ କରିବା ସହ ଅସଦାଚାଣ କରି ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି । ମିଷ୍ଠୁଙ୍କୁ ସେ ହତ୍ୟାକରି ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ଉଦ୍ଦେଶ୍ୟରେ ମୃତ ଦେହକୁ ଫ୍ୟାନରେ ଝୁଲାଇ ନିଜେ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ପୁଲିସ୍ ଏ ଅଭିଯୋଗକୁ ଗ୍ରହଣ କରି ଏବେ ମିଷ୍ଠୁ ପେଇଙ୍ଗ ଗେଷ୍ଟ ଥିବା ଘରର ମାଲିକଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଥିବା ଜାଣିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking