43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଯାତ୍ରୀଙ୍କୁ ଝଟ୍‌କା, ମହଙ୍ଗା ହୋଇପାରେ ବିମାନ ଯାତ୍ରା

ଯାତ୍ରୀଙ୍କୁ ଝଟ୍‌କା, ମହଙ୍ଗା ହୋଇପାରେ ବିମାନ ଯାତ୍ରା

ନୂଆଦିଲ୍ଲୀ : ସେପ୍ଟେମ୍ବରରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା । କାରଣ ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ । ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍‌କା ଲାଗିପାରେ । କରୋନା ମହାମାରୀ ପାଇଁ ୨୦୨୦ ମସିହା ମେ’ ମାସରେ ସରକାର ବିମାନ ଯାତ୍ରା ଦର ସୀମା ସ୍ଥିର କରିଥିଲେ । ୨ ବର୍ଷରୁ ଅଧିକ ସମୟ ହେଲା ଏହା ଜାରି ରହିଥିଲା । ବର୍ତ୍ତମାନ ସ୍ଥିତିରେ ବିମାନ ଇନ୍ଧନ ଦର ବୃଦ୍ଧି ଏବଂ ବିମାନ ଯାତ୍ରୀ ସଂଖ୍ୟାରେ ବୃଦ୍ଧି କାରଣରୁ ସ୍ଥିର କରାଯାଇଥିବା ସୀମା ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବର୍ତ୍ତମାନ ଏୟାରଲାଇନ୍ସ ସେକ୍ଟରରେ ସ୍ଥାୟିତ୍ୱ ଫେରିଛି । ଅଗଷ୍ଟ ୩୧ରେ ଏୟାର ଫେୟାର ବ୍ୟାଣ୍ଡ୍ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ସେପ୍ଟେମ୍ବରରୁ ଘରୋଇ ବିମାନ କମ୍ପାନୀ ସେମାନଙ୍କ ଦର ସ୍ଥିର କରିପାରିବେ । ଋଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଏବଂ ବିମାନ ଇନ୍ଧନ ଦରରେ ରେକର୍ଡ ବୃଦ୍ଧି ହୋଇଥିଲା । ଫଳରେ ବିମାନ କମ୍ପାନୀଙ୍କ ଉପରେ ଆର୍ôଥକ ବୋଝ ବଢ଼ିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking