29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି : ‘ହୁ’

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି : ‘ହୁ’

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବେ ବାୟୁ ପ୍ରଦୂଷଣକୁ ଧୂମପାନ ଓ ଅସ୍ୱାସ୍ଥ୍ୟକର ଆହାର ସହ ତୁଳନା କରିଛି । ଫଳସ୍ୱରୂପ ସଂଗଠନ ପକ୍ଷରୁ ଶକ୍ତ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏହା ଦ୍ୱାରା ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ବୋଲି ଦାବି କରାଯାଇଛି । ବାୟୁ ପ୍ରଦୂଷଣ ଏବେ ମାନବ ଜୀବନର ସବୁଠୁ ବଡ଼ ପରିବେଶ ସମ୍ପର୍କିତ ବିପଦ ମଧ୍ୟରୁ ଗୋଟିଏ ବୋଲି ହୁ ପକ୍ଷରୁ ବୁଧବାର କୁହାଯାଇଛି । ଏହା ଦ୍ୱାରା ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି । ଏହା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଅନୁଭବ କରିବା ପରେ ନିଜର ବାୟୁ ଗୁଣବତ୍ତା (କ୍ୱାଲିଟି) ଗାଇଡ୍‌ଲାଇନ୍‌କୁ ଶକ୍ତିଶାଳୀ କରୁଛି ବୋଲି ସଂଯୁକ୍ତ ରାଷ୍ଟ୍ରର ଏହି ଏଜେନ୍ସି କହିଛି । ଏହି ନୂଆ ଗାଇଡ୍‌ଲାଇନ୍ ଓଜୋନ୍‌, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍‌, ସଲ୍‌ଫର ଡାଇଅକ୍ସୋଇଡ୍ ଓ କାର୍ବନ ମନୋଅକ୍ସାଇଡ୍ ସମେତ ବିଭିନ୍ନ ପଦାର୍ଥ ଉପରେ ଲାଗୁ ହୋଇଛି ।

ହୁ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ସଂଗଠନ ସମସ୍ତ ବାୟୁ ଗୁଣବତ୍ତା (କ୍ୱାଲିଟି) ଗାଇଡ୍‌ଲାଇନ୍‌କୁ ହ୍ରାସ ସହ ସମୟୋଜିତ କରିଛି । ସେହିପରି ନୂଆ ଗୁଣବତ୍ତା ସ୍ତର ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାର ପାଳନ କରାଗଲେ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରିହେବ । ଲୋକଙ୍କୁ ବାୟୁ ପ୍ରଦୂଷଣର ପ୍ରତିକୂଳ ପ୍ରଭାବରୁ ରକ୍ଷା କରିବା ଗାଇଡ୍ ଲାଇନ୍‌ର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ହୁ ଶେଷଥର ପାଇଁ ୨୦୦୫ରେ ବାୟୁ ଗୁଣବତ୍ତା ଗାଇଡ୍‌ଲାଇନ୍ ଜାରି କରିଥିଲା, ଯାହା ସାରା ବିଶ୍ୱର ପରିବେଶ ନୀତିଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲା ।

ତେବେ ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ଗତ ୧୬ ମଧ୍ୟରେ କେତେକ ପ୍ରମାଣ ମିଳିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବ ତୁଳନାରେ ମାନବ ସ୍ୱାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ପ୍ରଭାବରେ ମଧ୍ୟ ବୃଦ୍ଧି ଘଟିଛି । କେତେକ ବିଶେଷ ଦେଶ କିମ୍ବା ଅଞ୍ଚଳ ନୁହେଁ ବରଂ ବିଶ୍ୱ ସ୍ତରରେ ବାୟୁ ପ୍ରଦୂଷକକୁ କମ୍ କରିବା ନିମନ୍ତେ ଏକାଠି କରାଯାଇଥିବା ପ୍ରମାଣ  ଏହାର ଯଥାର୍ଥତା ପ୍ରତିପାଦନ ପାଇଁ ଯଥେଷ୍ଟ ବୋଲି ହୁ ପକ୍ଷରୁ କୁହାଯାଇଛି । ହୁ’ର ନୂଆ ଗାଇଡ୍‌ଲାଇନ୍ ଅନୁସାରେ ହାରାହାରି ବାର୍ଷିକ ପିଏମ୍ ୨.୫ ସ୍ତର ପାଇଁ ପ୍ରସ୍ତାବିତ ସୀମାକୁ ପ୍ରତି କ୍ୟୁବିକ୍ ମିଟର ୧୦ ମାଇକ୍ରୋଗ୍ରାମ୍‌ରୁ କମାଇ ୫ ମାଇକ୍ରୋଗ୍ରାମ୍ କରାଯାଇଛି ।

ସେହିପରି ପିଏମ୍‌୧୦ ପାଇଁ ପ୍ରସ୍ତାବିତ ସୀମାକୁ ୨୦ ମାଇକ୍ରୋଗ୍ରାମ୍‌କୁ କମାଇ ୧୫ ମାଇକ୍ରୋଗ୍ରାମ୍ କରାଯାଇଛି । ଗାଇଡ୍‌ଲାଇନ୍‌ରେ କୁହାଯାଇଛି, ଯଦି ପ୍ରସ୍ତାବିତ ମାନକର ପାଳନ କରାଯାଏ ତେବେ ପିଏମ୍‌୨.୫ ଯୋଗୁଁ ବିଶ୍ୱରେ ହେଉଥିବା ୮୦ ପ୍ରତିଶତ ମୃତ୍ୟୁକୁ ରୋକାଯାଇ ପାରିବ । ହୁ’ ପକ୍ଷରୁ କୁହାଯାଇଛି ପାର୍ଟିକୁଲେଟ୍ ମ୍ୟାଟର ନିଃଶ୍ୱାସ ମାଧ୍ୟମରେ ସିଧା ଫୁସ୍‌ଫୁସ୍‌ରେ ପହଞ୍ଚିଥାଏ ଏବଂ ସେଠାରେ ରକ୍ତ ସହିତ ଧୂଳିର ମିଶ୍ରଣ ହେବା ଫଳରେ ମନୁଷ୍ୟର ମୃତ୍ୟୁ ହୋଇଥାଏ । ଗ୍ଲାସ୍‌ଗୋରେ ଅକ୍ଟୋବାର ୩୧ରୁ ନଭେମ୍ବର ୧୨ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୟବାୟୁ ଶିଖର ସମ୍ମିଳନୀ ପୂର୍ବରୁ ଏହି ନୂଆ ଗାଇଡ୍‌ଲାଇନ୍ ସିଓପି-୨୬ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking