33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଷ ବଳୟରେ ୭ ସହର

ବିଷ ବଳୟରେ ୭ ସହର

ଭୁବନେଶ୍ୱର: ରାଜ୍ୟର ୭ଟି ସହରରେ ପ୍ରଦୂଷଣର ମାତ୍ରା ଧିରେ ଧିରେ ବଢୁଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ପ୍ରଦୂଷଣ ବଢିବାରେ ଲାଗିଛି । ସୂଚନା ମୁତାବକ, ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣର ମାତ୍ରା ନିର୍ଦ୍ଧାରିତ ମାନ ମଧ୍ୟରେ ରହୁନାହିଁ । ନିର୍ଦ୍ଧାରିତ ମାନରେ ରହୁନଥିବାରୁ ୭ ସହରକୁ ନନ ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି । ଅନୁଗୁଳୁ-ତାଳଚେରରେ ଶିଳ୍ପ ସ˚ସ୍ଥାରୁ ବାହାରୁଥିବା ଧୂଆଁ ଓ ପରିବହନ ବ୍ୟବସ୍ଥା ଦ୍ବାରା ପ୍ରଦୂଷଣ ମାତ୍ରା ବଢ଼ୁଛି । ଅନୁଗୁଳ ଓ ତାଳଚେର ଅଞ୍ଚଳରେ ପ୍ରତିଦିନ ହଜାର ହଜାର ଟ୍ରକରେ ସାମଗ୍ରୀ ପରିବହନ ହେଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି । ବାୟୁ ମଣ୍ତଳରେ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ (ଏନ୍‌ଓ୨) ମାତ୍ରା ବହୁ ପରିମାଣରେ ବଢ଼ିଯାଇଛି । ଯେଉଁଥିପାଇଁ ବାୟୁ ମଣ୍ଡଳ ପ୍ରଦୂଷିତ ହୋଇଛି। ଏହା ଲୋକଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇପାରେ। ଲୋକଙ୍କ ମଧ୍ୟରେ ପୁରାତନ ରୋଗକୁ ପୁଣିଥରେ ସୃଷ୍ଟି କରିପାରେ। ଫୁସ୍‌ଫୁସ୍‌ ନଷ୍ଟ ହେବାର ବି ବହୁ ସମ୍ଭାବନା ରହିଛି। ବିଧାନସଭାରେ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking