38.8 C
Bhubaneswar
Friday, April 19, 2024
Homeବିଜିନେସ୍ଏୟାର ଇଣ୍ଡିଆର ବିଦେଶୀ ମୁଖ୍ୟ : କ୍ୟାମ୍ପବେଲ୍ ୱିଲ୍‌ସନ୍‌ଙ୍କୁ ସିଇଓ ନିଯୁକ୍ତ କଲା ଟାଟା

ଏୟାର ଇଣ୍ଡିଆର ବିଦେଶୀ ମୁଖ୍ୟ : କ୍ୟାମ୍ପବେଲ୍ ୱିଲ୍‌ସନ୍‌ଙ୍କୁ ସିଇଓ ନିଯୁକ୍ତ କଲା ଟାଟା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍ ଅଫ୍ କମ୍ପାନୀ । ଭାରତ ସରକାରଙ୍କ ନିକଟରୁ ଟାଟାକୁ କିଣିବା ପରେ ଜଣେ ବିଦେଶୀଙ୍କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ନିଯୁକ୍ତ କରିଛି ଟାଟା ଗ୍ରୁପ୍ ଅଫ୍ କମ୍ପାନୀ । ଗୁରୁବାର ଠାରୁ କ୍ୟାମ୍ପବେଲ୍ ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମ୍‌ଡି ଭାବର କାର୍ଯ୍ୟ କରିବେ । କ୍ୟାମ୍ପବେଲ ୱିଲସନଙ୍କ ପାଖରେ ବିମାନ ଚଳାଚଳ ଇଣ୍ଡଷ୍ଟ୍ରିକୁ ନେଇ ୨୬ ବର୍ଷର ଅଭିଜ୍ଞତା ରହିଛି । ଟାଟା ଗ୍ରୁପ୍ ପକ୍ଷରୁ କ୍ୟାମ୍ପବେଲ୍‌ଙ୍କ ଅଭିଜ୍ଞତା ଉପରେ ଭରଷା କରିବା ସହ ଏହି ବଡ ଦାୟିତ୍ୱ ଦେଇଛି । ୱିଲସନଙ୍କ ହାତରେ ଦେଇଛି ଏୟାରଲାଇନ୍ସର ଆଗାମୀ ଭବିଷ୍ୟତ ଏବଂ ଦାୟିତ୍ୱ ।

ଏହା ପୂର୍ବରୁ ସ୍କୁଟ ଏୟାରଲାଇନ୍ସର ସିଇଓ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି କ୍ୟାମ୍ପବେଲ୍ । ୧୯୯୬ ସିଙ୍ଗାପୁର ଏୟାରଲାଇନ୍ସରେ କ୍ୟାରିୟର ଆରମ୍ଭ କରିଥିବା ୱିଲ୍‌ସନ୍ । ଏହାପରେ ସେ ସ୍କୁଟର ଆରମ୍ଭରୁ ୨୦୧୬ମସିହାରେ ପର୍ଯ୍ୟନ୍ତ କମ୍ପାନୀର ସିଇଓ ପଦରେ ରହିଥିଲେ । ଏହାପରେ ସିଙ୍ଗାପୁର ଏୟାରଲାଇନ୍ସରେ ସିନିୟର ଭାଇସ ପ୍ରେସିଡେଣ୍ଟ ସେଲସ ଆଣ୍ଡ ମାର୍କେଟିଙ୍ଗ ଦାୟିତ୍ୱରେ ରହିଥିଲେ । ତେବେ ଏୟାର ଇଣ୍ଡିଆର ସିଇଓ ଦାୟିତ୍ୱ ପାଇବା ପରେ କ୍ୟାମ୍ପବେଲ୍ କହିଛନ୍ତି, ଏହା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା । କମ୍ପାନୀ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଏବଂ ପ୍ରଡକ୍ଟ ସହ ଭାରତୀୟ ବୋଲି ଅନୁଭବ ମଧ୍ୟ କରାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking