26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲା ଏହି ବିମାନ

ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲା ଏହି ବିମାନ

ନୂଆଦିଲ୍ଲୀ: ଆଉ ଏକ ବଡ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ(ଆଇ-୬୩୨) ଉଡାଣ ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା । କିନ୍ତୁ ବିମାନଟି ଦୁର୍ଘଯଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବିମାନରେ ଥିବା ସମସ୍ତ ୧୭୬ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ତେବେ ଗତକାଲି କେରଳରେ ଏୟାର ଇଣ୍ଡିଆ ବିମାନର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବିମାନରେ ଥିବା ୧୨୧ ଯାତ୍ରୀ ଆହତ ହୋଇଛନ୍ତି ଓ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଦୁବାଇରୁ ୧୯୧ ଯାତ୍ରୀଙ୍କୁ ନେଇ କୋଝିକୋଡ଼ ବିମାନଟି ଆସୁଥିଲା । ବନ୍ଦେ ଭାରତ ମିସନରେ ପ୍ରବାସୀଙ୍କୁ ନେଇ ବିମାନଟି ଆସୁଥିଲା । ଏହି ଦୁର୍ଘଟଣାରେ ଦୁଇ ଫାଳ ହୋଇଥିଲା ଏୟାର ଇଣ୍ଡିଆ ବିମାନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking