ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ଏଆଇକେକେଏମ୍ଏସ୍ ବିକ୍ଷୋଭ

AIKMS Bikhov

ବଲାଙ୍ଗିର, (ଦେବାଶିଷ ମିଶ୍ର)- ଅଲ୍ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖ ତରଫରୁ ·ଷୀଙ୍କ ବିଭିନ୍ନ ଦାବିକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ବର୍ଷ ଧାନ ·ଷରେ ଚକଡା ରୋଗ ଯୋଗୁଁ ବ୍ଲକର ଅଧିକାଂଶ ଅଂଚଳରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଛି । କଷ୍ଟାର୍ଜିତ ଫଲସ କ୍ଷେତ ଯୋଗୁଁ ଚାଷି ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ କାଳ କାଟୁଛି । ସରକାରଙ୍କର ନିମ୍ନମାନର କୀଟନାଶକ ଔଷଧ ଯୋଗୁଁ ଚାଷୀ ତଳିତଳାନ୍ତ ହେଲାଣି । ୨୦୧୯ କୃଷିବୀମାଭୁକ୍ତ ଚାଷର ଉପଯୁକ୍ତ କ୍ଷତି ପୂରଣ ଶୀଘ୍ର ଦେବା, ଚକଡା ରୋଗ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଯୋଗାଇ ଦିଆଯାଉ ବୋଲି ସଂଗଠନ ତରଫରୁ ଦାବି କରାଯାଇଛି । ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା ଏବଂ ଚୁକ୍ତି ଚାଷ ଆଇନ ରଦ୍ଦ କରିବା ଦାବିରେ ବିକ୍ଷୋଭ କରିବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଏହି ବିକ୍ଷୋଭରେ ଜିଲ୍ଲା ସଂଗଠକ ସୁନିଲ ଭୋଇ, ଡୋଳାମଣି ରଣା, ପିତାମ୍ବର ପଧାନ, ସୁଶିଲ ସାହୁ, ପୁରନ୍ଦର ଭୋଇ, ପ୍ରଦୀପ ସା, ଅମିତ ପଧାନ ଓ ପିଙ୍କୁ ଭୋଇ ସହ ବହୁ ସଦସ୍ୟ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here