32.1 C
Bhubaneswar
Thursday, March 28, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍ କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍ କର୍ମକର୍ତ୍ତା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)ର ନବନିର୍ବାଚିତ ସଭାପତି କଲ୍ୟାଣ ଚୌବେ ଏବଂ ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ୍ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେମାନେ ଓଡ଼ିଶାରେ ଫୁଟ୍‌ବଲ୍‌ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହକି ଇଣ୍ଡିଆ ଟିମ୍‌ର ଜର୍ସି ପ୍ରଦାନ କରିଥିଲେ । ଏହାପରେ ଏଆଇଏଫ୍‌ଏଫ୍ ସଭାପତି ଏବଂ ସମ୍ପାଦକ ରାଜ୍ୟ କ୍ରୀଡ଼ା ସଚିବ ଆର୍ ଭିନୀଲ୍ କ୍ରିଷ୍ଣାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏହି ଅବସରରେ ସେମାନେ ଆଗାମୀ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଆୟୋଜନ ଏବଂ ଓଡ଼ିଶାରେ ଫୁଟ୍‌ବଲ୍‌ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ସେମାନେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ଫୁଟ୍‌ବଲ୍ ଗ୍ରାଉଣ୍ଡ୍‌, ଅନ୍ୟ ପ୍ରୋଜେକ୍ଟ ଏବଂ ସୁବିଧା ସୁଯୋଗ ବୁଲି ଦେଖିଥିଲେ । ସେମାନଙ୍କ ସହିତ ଓଡ଼ିଶା ଫୁଟ୍‌ବଲ୍ ସଂଘ (ଫାଓ)ର କର୍ମକର୍ତ୍ତା ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀମାନେ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking