39.1 C
Bhubaneswar
Tuesday, April 23, 2024
Homeଓଡିଶା୧୪ ହଜାର ସ୍କୁଲ ଓ ସମସ୍ତ ସରକାରୀ ବି.ଇଡ଼ି. ଓ ଏମ୍‍.ଇଡ଼ି. କଲେଜ ବନ୍ଦ ନିଷ୍ପତ୍ତି...

୧୪ ହଜାର ସ୍କୁଲ ଓ ସମସ୍ତ ସରକାରୀ ବି.ଇଡ଼ି. ଓ ଏମ୍‍.ଇଡ଼ି. କଲେଜ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଡି.ଏସ୍‍.ଓ.ର ବିକ୍ଷୋଭ

ଭୁବନେଶ୍ୱର – ରାଜ୍ୟରେ ୧୪ ହଜାର ସରକାରୀ ସ୍କୁଲ ବନ୍ଦ ହେବ ବୋଲି ବିଭିନ୍ନ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଛି । ପୂର୍ବରୁ ବ୍ଲକ୍‍ଗ୍ରାଣ୍ଟ ସ୍କୁଲ ଗୁଡ଼ିକ ପାଖ ସରକାରୀ ସ୍କୁଲରେ ମିଶ୍ରଣ ହେବା ପାଇଁ ଚିଠି ମଧ୍ୟ କରାଯାଇଥିଲା । ପୂର୍ବରୁ ଏନ୍‍ସିଟିଇ ମଧ୍ୟ ରାଜ୍ୟରେ ସମସ୍ତ ସରକାରୀ ବି.ଇଡ଼ି. ଓ ଏମ୍‍.ଇଡ଼ି. କଲେଜମାନଙ୍କୁ ବନ୍ଦ କରିଦେବ ବୋଲି ରାଜ୍ୟ ସରକାରଙ୍କୁ ସର୍କୁଲାର ଜାରି କରିଥିଲା । ଏହି ସମସ୍ତ ଶିକ୍ଷା ମାରଣ
ନୀତି ବିରୁଦ୍ଧରେ ଏ.ଆଇ.ଡି.ଏସ୍‍.ଓ ରାଜ୍ୟ କମିଟି ତରଫରୁ ବିଧାନସଭା ସମ୍ମୁଖରେ ଆଜି ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନାଯୋଗ୍ୟ ଯେ କ୍ରମାଗତ ସରକାରୀ ଅବହେଳା, ଭିତ୍ତିଭୂମିର ବିକାଶ ନ ହେବା, ବ୍ଲକ୍‍ଗ୍ରାଣ୍ଟ ଉଚ୍ଛେଦ ନ ହେବା ଫଳରେ ଆଜି
ରାଜ୍ୟରେ ସ୍କୁଲ ଶିକ୍ଷାରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ସାଧାରଣ ଜନତା ଏହି ସମସ୍ତ ସ୍କୁଲ ଗୁଡ଼ିକୁ ନିଜସ୍ୱ ଖର୍ଚ୍ଚରେ ତିଆରି
କରିଥିଲେ । ସେହିସବୁ ସ୍କୁଲର ଏଭଳି ଦୟନୀୟ ପରିସ୍ଥିତି କାହିଁକି ସୃଷ୍ଟି ହେଲା ତାହାକୁ ଅନୁସନ୍ଧାନ କରି ଉପଯୁକ୍ତ ପଦକ୍ଷେପ ନ ନେଇ
ସେଗୁଡ଼ିକୁ ବନ୍ଦ କରିଦେବା ସମ୍ପୂର୍ଣ୍ଣ ଶିକ୍ଷାବିରୋଧି ପଦକ୍ଷେପ । ସେହିଭଳି ରାଜ୍ୟ ସରକାର ବର୍ଷ ବର୍ଷ ଧରି ସରକାରୀ ବି.ଇଡ଼ି. ଓ
ଏମ୍‍.ଇଡ଼ି. କଲେଜମାନଙ୍କରେ ଅଧ୍ୟାପକ ପଦବୀ ପୁରଣ ନକରି ଫଳରେ ଆଜି ଏନ.ସି.ଟି.ଇ ୧୪ଟା ଶିକ୍ଷାନୁଷ୍ଠାନରୁ ଅନୁବନ୍ଧନ
ପ୍ରତ୍ୟାହାର କରି ନେଇଛି । ଅର୍ଥାତ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ବନ୍ଦ ହେବାକୁ ଯାଉଛି । ଏହା ଦ୍ୱାରା
ରାଜ୍ୟର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ବି.ଇଡ଼ି. ଓ ଏମ୍‍.ଇଡ଼ି.ପଠାପଢାରୁ ବଂଚିତ ହେବେ । ଏହି ଭଳି ସରକାରି ଶିକ୍ଷାନୁଷ୍ଠାନ ପ୍ରତି
ଚରମ ଅବହେଳା ପ୍ରଦର୍ଶନ କରି ସେଲ୍‍ଫ ଫାଇନାନ୍‍ସିଂ ମୋଡ଼୍‍ରେ ଅନୁଷ୍ଠାନ ଗଢ଼ିତୋଳିବା ପାଇଁ ଆଜି ଚକ୍ରାନ୍ତ ଚାଲିଛି । ଘରୋଇ
ଅନୁଷ୍ଠାନ ଓ ବ୍ୟବସାୟ ପାଇଁ ରାଜ୍ୟର ସରକାରୀ ବି.ଇଡ଼ି. ଓ ଏମ୍‍.ଇଡ଼ି. କଲେଜମାନଙ୍କୁ ବନ୍ଦ କରାଯାଉଛି ବୋଲି ଏଆଇଡିଏସ୍‍ଓ
ଅଭିଯୋଗ କରିଛି । ଶିକ୍ଷା ଆନ୍ଦୋଳନକୁ ଶେଷ କରିଦେବା ପାଇଁ ଛାତ୍ର ଓ ଶିକ୍ଷକମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ହରଣ କରିବାପାଇଁ
କଟକଣା ଲାଗୁ କରାଯାଉଛି । ଏହାକୁ ମଧ୍ୟ ଏ.ଆଇ.ଡି.ଏସ୍‍.ଓ. ବିରୋଧ କରୁଛି । ଆଜିର ବିକ୍ଷୋଭକୁ ଏଆଇଡିଏସ୍‍ଓ ରାଜ୍ୟ ସଭାପତି
ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ, ଉପସଭାପତି ସୋମନାଥ ବେହେରା, ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ସଂପାଦକ ମଣ୍ଡଳୀ
ସଦସ୍ୟ କ୍ରିଷ୍ଣାରାଣୀ ସାହୁ, ମଧୁସ୍ମିତା ସାହୁ, ନସିମ୍‍ ସରକାର, ଭାଗ୍ୟରବି ଦାସ, ନିରୂପମା ବେହେରା, ରେଖା ଦଣ୍ଡପାଟ, ଶିବାନୀ ମିଶ୍ର,
ସୁନିଲ ଭୋଇ, ପରମାନନ୍ଦ ସାହୁ, ମଧୁସୂଦନ ନାଏକ ପ୍ରମୁଖ ନେତୃତ୍ୱ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ଏଆଇଡିଏସଓ ରାଜ୍ୟ ଉପସଭାପତି
ସିର୍ଦ୍ଧାଥ ରଥ, ବିକାଶ ଜେନାଙ୍କ ପ୍ରତିନିଧିତ୍ୱରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking