34.1 C
Bhubaneswar
Friday, March 29, 2024
Homeଓଡିଶାଜେଏନ୍‌ୟୁ ଆକ୍ରମଣର ପ୍ରତିବାଦରେ ଏ.ଆଇ.ଡି.ଏସ୍‌.ଓ ର ବିକ୍ଷୋଭ

ଜେଏନ୍‌ୟୁ ଆକ୍ରମଣର ପ୍ରତିବାଦରେ ଏ.ଆଇ.ଡି.ଏସ୍‌.ଓ ର ବିକ୍ଷୋଭ

ବଲାଙ୍ଗିର (ଦେବାଶିଷ ମିଶ୍ର)- ଗତକାଲି ଜେଏନ୍‌ୟୁ କ୍ୟାମ୍ପସ୍ ଭିତରେ ଏଭିବିପିର ଗୁଣ୍ଠାମାନେ ପ୍ରବେଶ କରି ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଛନ୍ତି ତାହାକୁ ଏ.ଆଇ.ଡି.ଏସ୍‌.ଓ. ରାଜ୍ୟ ପରିଷଦ ତରଫରୁ ଦୃଢ ନିନ୍ଦା କରାଯିବା ସହ ତାହା ବିରୁଦ୍ଧରେ ଆଜି ୬ ଜାନୁୟାରୀ ଦିନ ସାରା ଭାରତରେ ପ୍ରତିବାଦ ପାଳନ କରାଯାଉଛି ।
ଗତକାଲି ଜେଏନ୍‌ୟୁ ପରିସର ବାହାରେ ବହୁ ସଂଖ୍ୟାରେ ଏଭିବିପିର ଗୁଣ୍ଡାମାନେ ଏକଜୁଟ ହୋଇ ମୁହଁରେ ମୁଖାପିନ୍ଧି ହାତରେ ଲାଠି, ହକି ଷ୍ଟିକ, ଲୁହା ଛଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ହଷ୍ଟେଲ ମଧ୍ୟରେ ପ୍ରବେଶକରି ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କ ଉପରେ ମାରଣାତ୍ମକ ଆକ୍ରମଣ କରିଥିଲେ । ଯାହା ଫଳରେ ଛାତ୍ର ସଂସଦ ସଭାନେତ୍ରୀ, ସାଧାରଣ ସମ୍ପାଦକ ସମେତ ବହୁ ଛାତ୍ରଛାତ୍ରୀ ଶିକ୍ଷକ ଗୁରୁତର ଆହତ ହୋଇ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜକୁ ସଂସ୍କୃତିର ଉପାସକ ବୋଲାଉଥିବା ସଂଗଠନ ଏଭିବିପି ଛାତ୍ରାବାସ ମଧ୍ୟକୁ ପ୍ରବେଶ କରି ବହୁ ସଂମ୍ପତି ନଷ୍ଟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ପ୍ରସାଶନ ଉପସ୍ଥିତିରେ ଏ ସମସ୍ତ କାମ ହୋଇଛି । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ପୋଲିସ ମୃତୟନ ଥିଲାବେଳେ ବହୁ ମାରଣାସ୍ତ୍ର ଧରି ଗୁଣ୍ଠାମାନେ କିପରି କ୍ୟାମ୍ପସରେ ପ୍ରବେଶ କଲେ? କହିବାକୁ ଗଲେ ଏହି ଆକ୍ରମଣ ପଛରେ ଏଭିବିପିର ଗୁଣ୍ଠାମାନଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ସହଯୋଗ ରହିଛ ବୋଲିି ଆଜି ଏ.ଆଇ.ଡି.ଏସ୍‌.ଓ ତରଫରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାରେ କୁହାଯାଇଛି । ଏହି ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ର ସର୍ବ ଭାରତୀୟ କାଉନସିଲ ସଭ୍ୟ ସୁନିଲ ଭୋଇ, ଜିଲ୍ଲା ଉପ-ସଭାପତି ଲକ୍ଷ୍ମୀଧର ସାମଲ, ବିକାଶ ଜେନା, ଯୋଗେଶ୍ୱର ରଣା, ସଂଗ୍ରାମ ପ୍ରଧାନ, ତ୍ରିଲୋଚନ ସାହୁ, ଖୁସିରାମ ସୁନା, ଦେବାଶିଷ ବିଶ୍ୱାଲ, ଅଜିତ ମେହେର, ସୁମିତ ସୁନା ସହ ବହୁ ଛାତ୍ର ଛାତ୍ରୀ ସାମିଲ ଥିଲେ । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking